'ଅପରେସନ୍ ସିନ୍ଦୂର' ମାଡ଼ ଭୁଲି ଗଲାଣି ବୋଧେ, ପାକିସ୍ତାନୀ ଡ୍ରୋନ୍, ଗୁଳି କରି ଖସାଇଲା ଭାରତୀୟ ସେନା
ପ୍ରକୃତି ଛାଡୁନି ଆତଙ୍କୀସ୍ଥାନ । 'ଅପରେସନ୍ ସିନ୍ଦୂର' ମାଡ଼ ଭୁଲି ଗଲାଣି ବୋଧେ । ପୁଣି ନୂଆ ଚାଲ୍ ଚଲାଇବାକୁ ଉଦ୍ୟମ କରିଥିଲା ପାକିସ୍ତାନ । ରତିଅଧିଆ ଭାରତ ସୀମାରେ ପଶିବାକୁ ପଠାଇଥିଲା ଡ୍ରୋନ୍ । ମାରି ଖସାଇଲେ ଭାରତୀୟ ସେନା । ଏଲ୍ଓସିରେ ପୁଣି ଉଡ଼ିଛି ପାକିସ୍ତାନୀ ଡ୍ରୋନ୍ । ଜମ୍ମୁକାଶ୍ମୀରର ପୁଞ୍ଚ, ରଜୌରୀ ଏବଂ ସାମ୍ବା ଆକାଶରେ ନଜର ଆସିଛି ୫ ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ୍ । ଯାହାକୁ ଫାୟାରିଂ କରି ଖସାଇଛି ଭାରତୀୟ ସେନା । ଏହାପରେ ସୀମାରେ ଅନୁପ୍ରେବଶ ସୁରକ୍ଷା ବଢିଛି । ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି ।

ଜମ୍ମୁକାଶ୍ମୀର ଏଲଓସି ଏବଂ ଅନ୍ତର୍ଜାତୀୟ ସୀମାରେ ରବିବାର ରାତିରେ ଅନେକ ପାକିସ୍ତାନୀ ଡ୍ରୋନ୍ ଦେଖିବାକୁ ମିଳିଛି । ଏହା ସୀମାରେ ଆକ୍ରମଣର ଭ୍ରମ ସୃଷ୍ଟି କରିଛି । ଭାରତୀୟ ସୀମାରେ ଅନୁପ୍ରବେଶ କରିବା ପରେ କିଛି ଡ୍ରୋନ୍ ପଳାଇ ଥିବାବେଳେ ଆଉ କିଛିକୁ ତୁରନ୍ତ ଜବାବ ଦେଇ ଭାରତୀୟ ସେନା ଗୁଳି କରି ଖସାଇ ଦେଇଥିବା ସୂଚନା ମିଳିଛି । ଏହ ସବୁ ଡ୍ରୋନରେ ଅସ୍ତ୍ରଶସ୍ତ୍ର କିମ୍ବା ନିଶା ଦ୍ରବ୍ୟ ଚାଲାଣ ହେଉଥିବା ଆଶଙ୍କା କରାଯାଉଛି । ଏବେ ଉକ୍ତ ଅଞ୍ଚଳରେ ସୁରକ୍ଷାବାହିନୀ ତଲାସୀ ଅଭିଯାନ ଆରମ୍ଭ କରିଛି । ସେହିପରି ରଜୌରୀ ଜିଲ୍ଲା କାଲାକୋଟ ଅନ୍ତର୍ଗତ ଧର୍ମଶାଳା ଗ୍ରାମ ନିକଟରେ ସନ୍ଧ୍ୟାରେ ଆଉ ଏକ ଡ୍ରୋନ୍ ଦେଖିବାକୁ ମିଳିଥିଲା । ଏହାଛଡା ରାମଗଡ଼ କ୍ଷେତ୍ରର ଚକ ବବରାଲ ଗ୍ରାମ ଏବଂ ମାନକୋଟ କ୍ଷେତ୍ରର ତାଇନରେ କିଛି ପର୍ଯ୍ୟନ୍ତ ଡ୍ରୋନ ଉଡୁଥିବାର ଦେଖା ଯାଇଥିଲା । ଏହାକୁ ଦେଖି ସୁରକ୍ଷାବାହିନୀ ସଜାଗ ହୋଇଥିଲେ ।
ଏସଓପି ଅନୁଯାୟୀ ତୁରନ୍ତ ନିକଟସ୍ଥ ପୋଷ୍ଟରେ ଥିବା ସୁରକ୍ଷାକର୍ମୀଙ୍କୁ ସତର୍କ କରାଯାଇଥିଲା । ଉକ୍ତ ଅଞ୍ଚଳରେ ପୁଲିସ୍ ଏବଂ ସେନାର ମିଳିତ ଟିମ୍ ସର୍ଚ୍ଚ ଅପରେସନ୍ ଅଭିଯାନ ଆରମ୍ଭ କରିଛନ୍ତି। ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପୁଣି ତାର ଘୃଣ୍ୟ କାର୍ଯ୍ୟକଳାପ ଆରମ୍ଭ କରିଛି । ସୀମାରେ ମୁତୟନ ସୁରକ୍ଷାବାହିନୀ କଡ଼ ଜବାବ ଦେଇଛନ୍ତି । ଡ୍ରୋନ୍ ଭାରତ ସୀମାରେ ଅନୁପ୍ରବେଶ କରିବାକୁ କରିଥିବା ଉଦ୍ୟମକୁ ବିଫଳ କରିଛି ଭାରତ । ଏହା ସହିତ ଜମ୍ମୁକାଶ୍ମୀର ହାଇ ଆଲର୍ଟରେ ରହିଛି । ସମ୍ଭାବ୍ୟ ଅନୁପ୍ରବେଶ ଆଶଙ୍କା କରି ଘାଟିରେ ବଡ଼ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି । ଗୁଇନ୍ଦା ସୂଚନା ଅନୁଯାୟୀ, ଜମ୍ମୁ ଡିଭିଜନ ଏବଂ ଉଚ୍ଚ ପର୍ବତ ଅଞ୍ଚଳରେ ପ୍ରାୟ ୩୦ ରୁ ୩୫ ଜଣ ଆତଙ୍କବାଦୀ ସକ୍ରିୟ ଅଛନ୍ତି । ପୁଞ୍ଚ, ରାଜୌରୀ, ସାମ୍ବା ଏବଂ ଜମ୍ମୁର ସୀମାନ୍ତ ଗାଁଗୁଡ଼ିକରେ ସନ୍ଧାନ ଅଭିଯାନକୁ ଜୋରଦାର କରାଯାଇଛି । ଡ୍ରୋନ୍ ବ୍ୟବହାର କରି ଅସ୍ତ୍ରଶସ୍ତ୍ର କିମ୍ବା ଡ୍ରଗ୍ସ ଚୋରା ଚାଲାଣର ସମ୍ଭାବନା ଥିବାରୁ ସୁରକ୍ଷା ବାହିନୀକୁ ୨୪ ଘଣ୍ଟା ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼






Click it and Unblock the Notifications