Operation Sindoor:ଜାମ୍ମୁ କାଶ୍ମୀରରେ ସ୍କୁଲ ଓ କଲେଜ ବନ୍ଦ
ପହଲଗାମ୍ ଆକ୍ରମଣ ପରେ ପ୍ରତିଶୋଧ ନେଇଛି ଭାରତ । ପାକିସ୍ତାନ ଉପରେ ରାତି ଅଧିଆ ଏୟାରଷ୍ଚ୍ରାଇକ୍ କରି ସିନ୍ଦୂରର ବଦଲା ସିନ୍ଦୂରରେ ନେଇଛନ୍ତି ଭାରତୀୟ ସେନା । ଲୁହ ଲହୁର ହିସାବ ନେଇଛି ଭାରତ । ମଙ୍ଗଳାବାର ବିଳମ୍ବିତ ରାତିରେ ଭାରତୀୟ ସେନା ପାକିସ୍ତାନୀ ବାୟୁସୀମାରେ ପ୍ରବେଶ କରି ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି। ଏଥିରେ ପାକିସ୍ତାନୀ ସେନାର ସୈନିକମାନେ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛନ୍ତି। ଏଥିରେ ତିନି ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି।

ତେବେ ଏହି ଆକ୍ରମଣ ପରେ ଜାମ୍ମୁ କାଶ୍ମୀରର ଜାମ୍ମୁ , ସମ୍ବା ,କାଠୁଆ,ରାଜୌରି ଓ ପୁଞ୍ଚ ଜିଲ୍ଲାରେ ଆଜି ସ୍କୁଲ ,କଲେଜ ଓ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଛି। ବୁଧବାର ଦିନ କାଶ୍ମୀରର ବିଭାଗୀୟ କମିଶନର କହିଛନ୍ତି ଯେ, ଆଜି କାଶ୍ମୀରର ତିନୋଟି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ବିଜୟ କୁମାର ବିଧୁରୀ କହିଛନ୍ତି, "ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଆଜି ବାରାମୁଲ୍ଲା, କୁପୱାଡା ଏବଂ ଗୁରେଜରେ ଶିକ୍ଷାନୁଷ୍ଠାନ, ସ୍କୁଲ, କଲେଜ ବନ୍ଦ ରହିବ।"












Click it and Unblock the Notifications