ଆତଙ୍କବାଦ ଓ କଥାବାର୍ତ୍ତା ଏକସଙ୍ଗେ ଚାଲି ପାରିବନି:ପ୍ରଧାନମନ୍ତ୍ରୀ
ଅପରେସନ ସିନ୍ଦୁର ପରେ ଦେଶବାସୀଙ୍କୁ ସମ୍ଭୋଧନ କଲେ ପ୍ରଧାନମନ୍ତ୍ରୀ, ଭାରତର ପରାକ୍ରମୀ ସେନାକୁ ସାଲ୍ୟୁଟ କଲେ ପିଏମ ମୋଦି । କେବଳ ସେନା ନୁହେଁ ଗୁଇନ୍ଦା ସଂସ୍ଥା ଓ ବୈଜ୍ଞାନିକଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ସେ ପ୍ରଥମେ ଭାରତର ପରାକ୍ରମୀ ସେନାର ବୀରତା, ସାହସକୁ ସ୍ୟାଲୁଟ୍ କରିଛନ୍ତି । ଗୁଇନ୍ଦା ଏଜେନ୍ସି ଓ ବୈଜ୍ଞାନିକଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ଯବାନଙ୍କ ପରାକ୍ରମକୁ ଦେଶର ମାତାଙ୍କ ପାଇଁ ସମର୍ପିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
୨୨ ଏପ୍ରିଲରେ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ବର୍ବରକାଣ୍ଡ ଘଟଣାଇଥିଲେ । ଛୁଟି କାରିବାକୁ ଯାଇଥିବା ନିର୍ଦ୍ଦୋଷ ପର୍ଯ୍ୟଟକଙ୍କୁ ପରିବାର ସାମ୍ନାରେ ଧର୍ମ ପଚାରି ହତ୍ୟା କରିଥିଲେ । ଏହା ସବୁଠୁ ବୀଭତ୍ସ ଓ କ୍ରୁର ଥିଲା । ଯାହାଫଳରେ ଆତଙ୍କୀଙ୍କ ବିରୋଧରେ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳିଥିଲା ।
ସରକାରଙ୍କଠାରୁ ବିରୋଧୀ ଓ ଦେଶବାସୀ ଏକ ହୋଇ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ମା', ଭଉଣୀଙ୍କ ମଥାରୁ ଯେଉଁ ସିନ୍ଦୂର ଲିଭି ଥିଲା ତା'ର ପ୍ରତିଶୋଧ ପାଇଁ ସ୍ବର ଉଠିଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, 'ସେନା ଅପାର ସାହସିକତା ପ୍ରଦର୍ଶନ କରିଛି। ଆମେ ଆତଙ୍କବାଦୀମାନଙ୍କୁ ନିପାତ କରିବା ପାଇଁ ସେନାକୁ ମୁକ୍ତ ହାତ ଦେଇଥିଲୁ। ଲୋକମାନଙ୍କୁ ସେମାନଙ୍କ ପରିବାର ସମ୍ମୁଖରେ ହତ୍ୟା କରାଯାଇଥିଲା। ଦେଶର ସଦଭାବନା ଭାଙ୍ଗିବାକୁ ଚେଷ୍ଟା କରାଯାଇଥିଲା। ଅପରେସନ ସିନ୍ଦୂର ନ୍ୟାୟର ଏକ ଅଖଣ୍ଡ ପ୍ରତିଜ୍ଞା।'

ପ୍ରଧାନମନ୍ତ୍ରୀ କହିଛନ୍ତି,'ଆମେ ସମସ୍ତେ ବିଗତ ଦିନରେ ଦେଶର ଶକ୍ତି ଏବଂ ସଂଯମ ଉଭୟ ଦେଖିଛୁ। ସର୍ବପ୍ରଥମେ, ମୁଁ ପ୍ରତ୍ୟେକ ଭାରତୀୟଙ୍କ ପକ୍ଷରୁ ଶକ୍ତିଶାଳୀ ଭାରତୀୟ ସେନା, ଆମର ଗୁଇନ୍ଦା ସଂସ୍ଥା ଏବଂ ଆମର ବୈଜ୍ଞାନିକମାନଙ୍କୁ ସାଲ୍ୟୁଟ୍ କରୁଛି। ଅପରେସନ୍ ସିନ୍ଦୁରର ସଫଳତା ପାଇଁ ଆମର ସାହସୀ ସୈନିକମାନେ ଦେଖାଇଥିବା ଅପାର ସାହସକୁ ମୁଁ ସଲାମ କରୁଛି। ଆଜି, ମୁଁ ଆମ ଦେଶର ପ୍ରତ୍ୟେକ ମା' ଏବଂ ଭଉଣୀଙ୍କୁ ସେମାନଙ୍କର ସାହସକୁ ଉତ୍ସର୍ଗ କରୁଛି।'
ଆତଙ୍କବାଦ ଓ କଥାବାର୍ତ୍ତା ଏକସଙ୍ଗେ ଚାଲି ପାରିବନି । ଆତଙ୍କବାଦ ଓ ବାଣିଜ୍ୟ ଏକସଙ୍ଗେ ଚାଲି ପାରିବନି । ରକ୍ତ ଓ ପାଣି ଏକସଙ୍ଗେ ପ୍ରବାହିତ ହୋଇପାରିବନି । ଯଦି ପାକିସ୍ତାନ ସହ କଥା ହେବୁ ତେବେ ଆତଙ୍କବାଦ ନେଇ ହେବୁ । ଯଦି ପାକିସ୍ତାନ ସହ କଥା ହେବୁ ତେବେ POK ନେଇ ହେବୁ












Click it and Unblock the Notifications