'ଅପରେସନ୍ ସିନ୍ଦୂର ହେଉଛି, ଭାରତର ଇଚ୍ଛାଶକ୍ତି ଏବଂ ସାମର୍ଥ୍ୟର ପ୍ରତୀକ'
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଅପରେସନ୍ ସିନ୍ଦୂର ହେଉଛି ଭାରତର ଇଚ୍ଛାଶକ୍ତି ଏବଂ ସାମର୍ଥ୍ୟର ପ୍ରତୀକ । ପ୍ରତ୍ୟେକ ଆହ୍ୱାନର ମୁକାବିଲା ଲାଗି ଭାରତ ସର୍ବଦା ପ୍ରସ୍ତୁତ ହୋଇ ରହିଛି ବୋଲିଏହା ସବଗ୍ର ବିଶ୍ୱକୁ ବାର୍ତ୍ତା ପ୍ରଦାନ କରିଛି । ନୂଆଦିଲ୍ଲୀ ଠାରେ ଆଜି ନୌକମାଣ୍ଡରମାନଙ୍କ ସମ୍ମିଳନୀରେ ଅଂଶଗ୍ରହଣ କରି ମନ୍ତ୍ରୀ ଶ୍ରୀ ସିଂହ ଭାରତୀୟ ନୌବାହିନୀର କମକର୍ତ୍ତାଙ୍କର ପ୍ରଶଂସା କରିଛନ୍ତି ।

ପାକିସ୍ତାନର ନୌ- ଯବାନମାନଙ୍କୁ ତାଙ୍କ ସୀମାନ୍ତ ମଧ୍ୟରେ ସୀମିତ ରଖିବା ଲାଗି ଭାରତୀୟ ନୌ-ଯବାନମାନଙ୍କର ପ୍ରତିରୋଧ କ୍ଷମତାକୁ ସେ ଭୂୟସୀ ପ୍ରଶଂସା କରିଛନ୍ତି । ଶ୍ରୀ ସିଂହ କହିଛନ୍ତି, ସମଗ୍ର ବିଶ୍ୱ' ଭାରତର ଯୁଦ୍ଧ ପ୍ରସ୍ତୁତି, ପେସାଗତ ସାମର୍ଥ୍ୟ ଏବଂ ନୌବାହିନୀର କ୍ଷମତାକୁ ଉପଲବ୍ଦି କରିପାରିଛି । ଭାରତର ସାମୁଦ୍ରିକ ଅଞ୍ଚଳରେ ନୌ-ଯବାନମାନଙ୍କର ଉପସ୍ଥିତି ବନ୍ଧୁ ରାଷ୍ଟ୍ରମାନଙ୍କ ପାଇଁ ଆରାମ ଦାୟକ ପରିବେଶ ସୃଷ୍ଟି କରିଥିବା ବେଳେ ଅସ୍ତିରତା ସୃଷ୍ଟିକାରୀ ରାଷ୍ଟ୍ରମାନଙ୍କ ପାଇଁ ନକାରାତ୍ମକ ପରିସ୍ତିତି ସୃଷ୍ଟି କରିଛି ।












Click it and Unblock the Notifications