Operation Sindoor: ସିନ୍ଦୂରର ବଦଲା ନେଲା ଅପରେସନ ସିନ୍ଦୂର
ସିନ୍ଦୂରର ବଦଲା ନେଇଛି ଅପରେସନ ସିନ୍ଦୂର । ପହଲଗାମ ଆକ୍ରମଣରେ ଯାହାର ସିନ୍ଦୂର ଲିଭିଯାଇଥିଲା ତାହାର ବଦଲା ନେଇଛି ଭାରତ।
ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତୀୟ ସେନା। ସଶସ୍ତ୍ର ବାହିନୀ ପାକ୍ ଅଧିକୃତ କାଶ୍ମୀରର ମୁଜାଫରାବାଦରେ ଆତଙ୍କବାଦୀ ଆଡ୍ଡା ଉପରେ ଭାରତୀୟ ସେନା ଆକ୍ରମଣ କରିଛି।
ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, "ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନ ଓ ପାକ୍ ଅଧିକୃତ ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ବେସକୁ ଟାର୍ଗେଟ କରି 'ଅପରେସନ୍ ସିନ୍ଦୂର' ଲଞ୍ଚ ହୋଇଛି, ଯେଉଁଠାରୁ ଭାରତ ବିରୁଦ୍ଧରେ ଆତଙ୍କବାଦୀ ଆକ୍ରମଣ ଯୋଜନା କରାଯାଉଥିଲା।" ମୋଟ ନଅଟି (୯)ଟି ସ୍ଥାନକୁ ଟାର୍ଗେଟ କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ଆଉ କଣ କହିଛି?
ବିବୃତ୍ତିରେ କୁହାଯାଇଛି- କୌଣସି ପାକିସ୍ତାନୀ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇ ନାହିଁ। ଲକ୍ଷ୍ୟ ଚୟନ ଓ ସେଗୁଡ଼ିକୁ ଧ୍ୱଂସ କରିବା ପଦ୍ଧତିରେ ଭାରତ ବହୁତ ସଂଯମତା ଦେଖାଇଛି।
ବିବୃତ୍ତି ଅନୁଯାୟୀ, ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୫ ଜଣ ଭାରତୀୟ ଓ ଜଣେ ନେପାଳୀ ନାଗରିକଙ୍କ ମୃତ୍ୟୁ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ମନ୍ତ୍ରଣାଳୟ କହିଛି ଯେ ଆମେ ଆମର ପ୍ରତିଶ୍ରୁତି ପାଳନ କରୁଛୁ ଯେ ଏହି ଆକ୍ରମଣ ପାଇଁ ଦାୟୀ ଲୋକଙ୍କୁ ଦାୟୀ କରାଯିବ। 'ଅପରେସନ୍ ସିନ୍ଦୂର' ବିଷୟରେ ବିସ୍ତୃତ ସୂଚନା ପରେ ଦିଆଯିବ।
ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ଲସ୍କର-ଏ-ତୈବାର
ସୂଚନାଯୋଗ୍ୟ ୨୨ ଏପ୍ରିଲରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିିଥିଲା ଆତଙ୍କୀ ସଂଗଠନ TRF। The Resistance Front-TRF ଆତଙ୍କୀ ସଂଗଠନ ହେଉଛି ମୋଷ୍ଟ ୱାଣ୍ଟେଣ୍ଡ୍ ଆତଙ୍କବାଦୀ ଗ୍ରୁପ୍ ଲସ୍କର-ଏ-ତୋଏବାର ଏକ ବଡ଼ ୱିଙ୍ଗ୍। । କିନ୍ତୁ ପରେ ପାକିସ୍ତାନ ସେନା ଓ ISIର ଚାପରେ ସେ ପଛକୁ ହଟିଗଲେ। ଏହି ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ପହଲଗାମ ଆକ୍ରମଣ ପରେ, ସୁରକ୍ଷା ବାହିନୀ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଅଭିଯାନକୁ ତୀବ୍ର କରିଛନ୍ତି। ସେହି ସମୟରେ, ଜମ୍ମୁ-କାଶ୍ମୀର ସରକାର ୪୮ଟି ପର୍ଯ୍ୟଟନ ସ୍ଥଳକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ।












Click it and Unblock the Notifications