NCERT ବହିରେ ସ୍ଥାନ ପାଇଲା ଅପରେସନ ସିନ୍ଦୂର, ପିଲା ଜାଣିବେ ଯବାନଙ୍କ ପରାକ୍ରମର କଥା

ଅପରେସନ ସିନ୍ଦୂର ବିଷୟରେ ପାଠ ପଢ଼ିବେ ଛାତ୍ରଛାତ୍ରୀ । ତୃତୀୟ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ମଡ୍ୟୁଲ ପ୍ରସ୍ତୁତ କରିଛି NCERT । ଯାହା ଦ୍ୱାରା ପିଲାଏ ଭାରତୀୟ ସେନାର ପରାକ୍ରମ ବିଷୟରେ ପଢ଼ିବା ସହ ପହଲଗାମ ଆତଙ୍କବାଦୀ କାଣ୍ଡ ବିଷୟରେ ଜାଣି ପାରିବେ । କିଭଳି ଆତଙ୍କବାଦୀମାନେ ଏହି ନାରକୀୟ କାଣ୍ଡ ଘଟାଇଥିଲେ ଓ ଭାରତୀୟ ସେନା ଏହାର କିଭଳି ଜବାବ ଦେଇଥିଲା ତାହା ଏକ ସ୍ୱତନ୍ତ୍ର ମଡ୍ୟୁଲରେ ଦର୍ଶା ଯାଇଛି ।

Operation Sindoor

ରାଷ୍ଟ୍ରୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (NCERT) 'ଅପରେସନ୍ ସିନ୍ଦୂର' ଉପରେ ଏକ ସ୍ୱତନ୍ତ୍ର ମଡ୍ୟୁଲ୍ ଆରମ୍ଭ କରିଛି । ଏପ୍ରିଲ ୨୦୨୫ରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଏ ହାର ଜବାବରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ବିଷୟରେ ଏହି ମଡ୍ୟୁଲରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି । ଏହାକୁ ତୃତୀୟରୁ ଯୁକ୍ତଦୁଇ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ।
ଏହି ମଡ୍ୟୁଲର ଦୁଇଟି ସଂସ୍କରଣ ଜାରି କରାଯାଇଛି: ପ୍ରାଥମିକ ଓ ମାଧ୍ୟମିକ ସ୍ତରର ଛାତ୍ରଛାତ୍ରୀଙ୍କ (ତୃତୀୟରୁ ଅଷ୍ଟମ ଶ୍ରେଣୀ) ପାଇଁ 'ଅପରେସନ୍ ସିନ୍ଦୂର: ବୀରତ୍ୱର ଗାଥା' ଏବଂ ଉଚ୍ଚ ମାଧ୍ୟମିକ ସ୍ତର (ନବମରୁ ଦ୍ୱାଦଶ ଶ୍ରେଣୀ) ପାଇଁ 'ଅପରେସନ୍ ସିନ୍ଦୂର: ସମ୍ମାନ ଓ ସାହସର ମିସନ'। ଏଗୁଡ଼ିକୁ ଶ୍ରେଣୀଗୃହରେ ଆଲୋଚନାମୂଳକ ଶିକ୍ଷା ପାଇଁ ଡିଜାଇନ୍ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+