‘ଅପରେସନ ସିନ୍ଦୂର’ ନେଇ କେନ୍ଦ୍ର ସରକାର ଡାକିଲେ ସର୍ବଦଳୀୟ ବୈଠକ
୨୨ ଏପ୍ରିଲ ୨୦୨୫ରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବ ମଧ୍ୟରାତ୍ରରେ ଏକ ଏୟାର ଷ୍ଟ୍ରାଇକ ଦିଆଯାଇଛି। ଯେଉଁଥିରେ ୯ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରାଯାଇଥିଲା। 'ଅପରେସନ୍ ସିନ୍ଦୂର' ମିଶନ ଅଧୀନରେ ଭାରତୀୟ ବାୟୁସେନା ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତୈବା, ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନର ଆଡ୍ଡା ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା।

ଅନ୍ୟପକ୍ଷରେ, ଅପରେଶନ ସିନ୍ଦୂର ନାମରେ ସେନା ଦ୍ୱାରା ଚାଲିଥିବା ଏହି ଅପରେଶନ ସମ୍ପର୍କରେ ବୁଧବାର ଏକ ପ୍ରେସ ବ୍ରିଫିଂ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ, ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଏବଂ କର୍ଣ୍ଣେଲ ସୋଫିଆ କୁରେଶୀ ଅପରେଶନ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହାପରେ ଆସନ୍ତାକାଲି ସକାଳ ୧୧ଟାରେ ସଂସଦ ଭବନରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ସୂଚନା ମିଳିଛି।












Click it and Unblock the Notifications