ଅପରେସନ ସିନ୍ଦୂରକୁ ପୂରିଲା ମାସେ, ସାରା ବିଶ୍ଵ ଦେଖିଥିଲା ଭାରତର ଜବାବରେ ଥରବର୍ ହୋଇଥିଲା ଆତଙ୍କବାଦୀ ଦେଶ ପାକିସ୍ତାନ

ଅପରେସନ ସିନ୍ଦୂରକୁ ପୂରିଲା ମାସେ । ଭାରତର ଅପରେସନ ସିନ୍ଦୂରରେ ଛାରଖାର ହୋଇଥିଲା ପାକିସ୍ତାନର ୯ ଆତଙ୍କୀ ଆଡ୍ଡା । ପହଲଗାମ ଆତଙ୍କୀ ଆକ୍ରମଣରୁ ଅପରେସନ ସିନ୍ଦୂରର ସୂତ୍ରପାତ। ମେ ୭ ତାରିଖ ବିଳମ୍ବିତ ରାତି । ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା ଭାରତୀୟ ସେନା ।

Operation Sindoor

୨୨ ଏପ୍ରିଲ ୨୦୨୫ରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ୨୬ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲେ । ଏହି ଆକ୍ରମଣରେ ଆତଙ୍କବାଦୀମାନେ ହିନ୍ଦୁ ପୁରୁଷମାନଙ୍କୁ ଟାର୍ଗେଟ କରିଥିଲେ । ଭାରତ ଏହି ଆକ୍ରମଣ ପାଇଁ ଲସ୍କର-ଏ-ତୈବା (LeT), ଜୈଶ-ଏ-ମହମ୍ମଦ (JeM) ସହିତ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (TRF) କୁ ଦାୟୀ କରିଥିଲା । ଭାରତ କହିଛି ଯେ ଏହି ଆତଙ୍କବାଦୀମାନେ ପାକିସ୍ତାନର ସମର୍ଥନରେ କାମ କରନ୍ତି, ଯାହାକୁ ଇସଲାମାବାଦ ଅସ୍ୱୀକାର କରିଥିଲା ।

ଏହି ଆକ୍ରମଣର ଜବାବରେ, ଭାରତ ୬-୭ ମେ' ୨୦୨୫ ରାତି ୧:୦୫ରୁ ୧:୩୦ ମଧ୍ୟରେ ଅପରେସନ୍‌ ସିନ୍ଦୂର ଆରମ୍ଭ କରିଥିଲା । ଏହାକୁ ସିନ୍ଦୂର ନାମକରଣ କରାଯାଇଥିଲା କାରଣ ପହଲଗାମରେ ନରରାକ୍ଷସମାନେ ଆମ ଦେଶର ନାଗରିକମାନଙ୍କୁ ମାରି ତାଙ୍କ ସ୍ତ୍ରୀ ମଥାରୁ ସିନ୍ଦୂର ପୋଛିଦେଇଥିଲେ, ଆଉ ଏ ଲଢ଼େଇ ଥିଲା ସେମାନଙ୍କ ନ୍ୟାୟ ପାଇଁ । ଏହି ଅପରେସନ୍‌ ୨୦୧୬ ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ୨୦୧୯ ବାଲାକୋଟ ଏୟାରଷ୍ଟ୍ରାଇକ୍ ପରେ ତୃତୀୟ ବଡ଼ ଆକ୍ରମଣ ଥିଲା ।

ଅପରେସନ ସିନ୍ଦୂର: ଆକ୍ରମଣ କିପରି ହେଲା?

ଭାରତୀୟ ସଶସ୍ତ୍ର ବାହିନୀ ଅଧୀନରେ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ୨୫ ମିନିଟ୍‌ ମଧ୍ୟରେ କରିଥିଲେ ଭାରତୀୟ ସେନା ।

ଭାରତର ଟାର୍ଗେଟ ଥିଲା ପାକିସ୍ତାନ ଅଧିକୃତ କାଶ୍ମୀରର ୫ଟି ସ୍ଥାନ ମସଜିଦ୍ ସୟଦନା ବିଲାଲ (ମୁଜାଫରବାଦ), ଗୁଲପୁର ତାଲିମ ଶିବିର (କୋଟଲି), ସାୱାଇ ନାଲା କ୍ୟାମ୍ପ (ମୁଜାଫରବାଦ), ମସଜିଦ ଅହଲ-ଇ-ହାଦିଥ (ବର୍ଣ୍ଣଲା, ଭୀମବର) ଏବଂ ଅନ୍ୟ ଏକ ସ୍ଥାନ ।

ପାକିସ୍ତାନ ପଞ୍ଜାବର ୪ଟି ସ୍ଥାନ ସରଜଲ କ୍ୟାମ୍ପ (ସିଆଲକୋଟ), ମେହମୁନା ଜୋୟା (ସିଆଲକୋଟ), ମାର୍କାଜ ତାଇବା (ମୁରିଡକେ), ମସଜିଦ ସୁଭାନ ଆଲ୍ଲା (ବାହାଲପୁର) ।

କେଉଁ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇଥିଲା?

ଭାରତ ଏହି ଅପରସେନ୍‌ରେ ରାଫେଲ ଜେଟ୍‌ରେ SCALP କ୍ରୁଜ୍ ମିସାଇଲ୍ ଏବଂ AASM ହାମର୍ ବୋମା ବ୍ୟବହାର କରିଥିଲା ।
ବ୍ରହ୍ମୋସ୍ କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଭାରତ-ଇସ୍ରାଏଲ ସ୍କାଏଷ୍ଟ୍ରିକର ଲାଇଟ୍ରେଂ ଯୁଦ୍ଧାସ୍ତ୍ର (ଆତ୍ମଘାତିକ ଡ୍ରୋନ୍)ର ବ୍ୟବହାର ।

ଭାରତୀୟ ସେନା ଏକ୍ସକାଲିବର ପ୍ରିସିସନ୍ ରାଉଣ୍ଡ ସହିତ ତୋପ ବ୍ୟବହାର କରିଥିଲା।

S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ ପାକିସ୍ତାନୀ ଡ୍ରୋନ ଏବଂ କ୍ଷେପଣାସ୍ତ୍ରକୁ ଅଟକାଇ ଦେଇଥିଲା । ଲାଇଟ୍ରିଂ ଯୁଦ୍ଧାସ୍ତ୍ର ସଠିକ୍ ଭାବରେ ଲକ୍ଷ୍ୟସ୍ଥଳକୁ ଛୁଇଁଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+