Operation Sindoor: ପୂର୍ବ ସେନା ମୁଖ୍ୟଙ୍କ ବଡ଼ ବୟାନ, କହିଲେ ‘ପିକଚର୍ ଅଭି ବାକି ହୈ....
ମାତ୍ର ୨୫ ମିନିଟ୍ରେ ଭାରତର ତିନି ସେନା ୯ ଆତଙ୍କୀ ଆଡ୍ଡା ସ୍ଥଳି ଧୂଳିସାତ୍ କରିଛନ୍ତି । ଅପରେସନ୍ ସିନ୍ଦୂର ନେଇ ଭାରତୀୟ ସେନାର ଏହା ହେଉଛି ବଡ ସୂଚନା । ରାତି ୧ଟା ୫ରୁ ୧ଟା ୩୦ ମଧ୍ୟରେ ହୋଇଥିଲା ଅପରେସନ୍ ସିନ୍ଦୂର । ଏଥିରେ ୯ଟି ଆତଙ୍କୀ ଆଡ୍ଡାକୁ କରାଯାଇଥିଲା ଟାର୍ଗେଟ । ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ କାଲି ମଧ୍ୟରାତ୍ରରେ ପ୍ରତିଶୋଧ ନେଇଛି । କାଲି ମଧ୍ୟରାତ୍ରରେ ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର ଓ ପାକିସ୍ତାନର କିଛି ଅଂଶରେ ପ୍ରବେଶ କରି ଆତଙ୍କୀ କ୍ୟାମ୍ପକୁ ଧ୍ବଂସ କରିଛି । ଏ ନେଇ ପୂର୍ବତନ ସେନା ମୁଖ୍ୟ ମନୋଜ ନରଭଣେ କହିଛନ୍ତି ଯେ 'ପିକଚର୍ ଅଭି ବାକି ହୈ...'।

ପୂର୍ବତନ ସେନା ମୁଖ୍ୟ ସଙ୍କେତ ଦେଇଛନ୍ତି କି, ଯଦି ପାକିସ୍ତାନ ଭାରତରେ ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍ କରି ସଂଘର୍ଷ ବଢ଼ାଇବାକୁ ନିଷ୍ପତ୍ତି ନିଏ, ତେବେ ଏହି ପ୍ରକାରର ଆହୁରି ଆକ୍ରମଣ ସମ୍ଭବ । ଜମ୍ମୁ ଓ କାଶ୍ମୀରର ପହଲଗାମରେ ୨୬ ଜଣ ସାଧାରଣ ନାଗରିକଙ୍କ ନିର୍ମମ ହତ୍ୟା ପରେ ଏକ ସାହସିକ ଏବଂ ସୁଚିନ୍ତିତ ଜବାବୀ ପ୍ରତିଶୋଧ ସ୍ୱରୂପ ଭାରତ 'ଅପରେସନ ସିନ୍ଦୂର' ଆରମ୍ଭ କରିଥିଲା । ଏହା ଅଧୀନରେ ପାକିସ୍ତାନୀ ଅଞ୍ଚଳରେ ବହୁ ଭିତରକୁ ଯାଇ ଭାରତୀୟ ସେନା ଏକ ବିଶାଳ ସାମରିକ ଅଭିଯାନ ଆରମ୍ଭ କରିଥିଲା ।












Click it and Unblock the Notifications