ଅପରେସନ୍ ଅଲିଭିଆ: ଓଡ଼ିଶା ଉପକୂଳରେ ୬.୯୮ ଲକ୍ଷରୁ ଅଧିକ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା କଲା ଭାରତୀୟ ତଟରକ୍ଷୀ ବାହିନୀ

ସାମୁଦ୍ରିକ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ (ଇଣ୍ଡିଆନ କୋଷ୍ଟ ଗାର୍ଡ)ର ବାର୍ଷିକ ମିଶନ 'ଅପରେସନ୍ ଅଲିଭିଆ' ଉଲ୍ଲେଖନୀୟ ସଫଳତା ପାଇଛି ।

ଭାରତୀୟ ତଟରକ୍ଷୀ ବାହିନୀ ଫେବୃଆରୀ ୨୦୨୫ରେ ଓଡ଼ିଶାର ଋଷିକୂଲ୍ୟା ନଦୀ ମୁହାଣରେ ବସା ବାନ୍ଧିଥିବା ୬.୯୮ ଲକ୍ଷରୁ ଅଧିକ ଅଲିଭ୍ ରିଡଲେ କଇଁଛଙ୍କୁ ସୁରକ୍ଷା ଦେବାରେ ସାହାଯ୍ୟ କରିଥିଲା। ପ୍ରତିବର୍ଷ ନଭେମ୍ବରରୁ ମେ ମାସ ପର୍ଯ୍ୟନ୍ତ ଚାଲିଥିବା ଅପରେସନ ଅଲିଭିଆ ଭାରତୀୟ ତଟରକ୍ଷୀ ବାହିନୀର ଏକ ପ୍ରମୁଖ ସାମୁଦ୍ରିକ ସଂରକ୍ଷଣମୂଳକ ପଦକ୍ଷେପ।

ଏହା ବିଶେଷକରି ଓଡ଼ିଶାର ଗହୀରମଥା ବେଳାଭୂମି ଏବଂ ଆଖପାଖ ଉପକୂଳବର୍ତ୍ତୀ ଅଞ୍ଚଳରେ ଅଲିଭ୍ ରିଡଲେ କଇଁଛଙ୍କ ବସା ଲାଗି ସୁରକ୍ଷିତ ସ୍ଥାନ ନିଶ୍ଚିତ କରିବା ଲକ୍ଷ୍ୟ ରଖିଛି, ଯେଉଁଠାରେ ପ୍ରତିବର୍ଷ ଆଠ ଲକ୍ଷରୁ ଅଧିକ କଇଁଛ ଅଣ୍ଡା ଦେବାକୁ ଆସନ୍ତି।

Operation Olivia

ଓଡ଼ିଶାର ଋଷିକୂଲ୍ୟା ନଦୀ ମୁହାଣରେ ଅଲିଭ ରିଡଲେ କଇଁଛଙ୍କ ଦ୍ବାରା ରେକର୍ଡ ସାମୁହିକ ଅଣ୍ଡାଦାନ, ଭାରତୀୟ ତଟରକ୍ଷୀ ବାହିନୀର ନିରନ୍ତର ପାଟ୍ରୋଲିଂ, ଆକାଶ ମାର୍ଗରୁ ପର୍ଯ୍ୟବେକ୍ଷଣ ଏବଂ ସାମୁଦାୟିକ ସହଯୋଗ ମାଧ୍ୟମରେ ଏହି ବିଲୁପ୍ତପ୍ରାୟ ପ୍ରଜାତିକୁ ସୁରକ୍ଷା ଦେବା ପାଇଁ କରାଯାଉଥିବା ନିରନ୍ତର ପ୍ରୟାସର ପ୍ରମାଣ।

ଅପରେସନ୍ ଅଲିଭିଆ ଆରମ୍ଭ ହେବା ପରଠାରୁ, ଭାରତୀୟ ତଟରକ୍ଷୀ ବାହିନୀ ୫୩୮୭ ରୁ ଅଧିକ ଭୂପୃଷ୍ଠ ପାଟ୍ରୋଲିଂ ଏବଂ ୧୭୬୮ଟି ଆକାଶ ନିରୀକ୍ଷଣ ମିଶନ୍ କରିଛି, ଯାହା ଅବୈଧ ମାଛ ଧରିବା ଏବଂ କଇଁଛ ବାସସ୍ଥାନର ବିଶୃଙ୍ଖଳା ଭଳି ବିପଦକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିଛି।

ଏହି ସମୟ ମଧ୍ୟରେ, ଅବୈଧ କଇଁଛ ଶିକାରରେ ସମ୍ପୃକ୍ତ ୩୬୬ଟି ଡଙ୍ଗାକୁ ଅଟକ ରଖାଯାଇଛି, ଯାହା ସାମୁଦ୍ରିକ ଜୀବନ ସୁରକ୍ଷାରେ ଭାରତୀୟ ତଟରକ୍ଷୀ ବାହିନୀର ଦୃଢ଼ ଭୂମିକାକୁ ସୂଚୀତ କରୁଛି। ପାଟ୍ରୋଲିଂ ବ୍ୟତୀତ, ଭାରତୀୟ ତଟରକ୍ଷୀ ବାହିନୀ ସ୍ଥାନୀୟ ମତ୍ସ୍ୟଜୀବୀ ସମ୍ପ୍ରଦାୟ ସହିତ ସକ୍ରିୟ ଭାବରେ କାର୍ଯ୍ୟ କରୁଛି। ଏଥିରେ ଟର୍ଟଲ ଏକ୍ସକ୍ଲୁଡର ଡିଭାଇସର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ଆନୁଷ୍ଠାନିକ ବୁଝାମଣାପତ୍ର ମାଧ୍ୟମରେ ଏନଜିଓ ମାନଙ୍କ ସହ ସହଭାଗିତା କରି ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ପରିବେଶ ଅନୁକୂଳ ମାଛ ଧରିବା ଅଭ୍ୟାସ ଏବଂ ସଂରକ୍ଷଣ ଶିକ୍ଷାକୁ ପ୍ରେତ୍ସାହିତ କରିବା ଅନ୍ତର୍ଭୁକ୍ତ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+