ଅପରେସନ ମହାଦେବ; ୩ ଆତଙ୍କବାଦୀ ନିପାତ
ଟଳିଲେ ୩ଆତଙ୍କବାଦୀ। ସେନା ସହ ଗୁଳି ବିନିମୟ ବେଳେ ଲସ୍କର-ଏ-ତୈବାର ୩ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାଯାଇଛି। ଶ୍ରୀନଗର ନିକଟସ୍ଥ ଦଚିଗାମ ଜଙ୍ଗଲର ଉପର ଭାଗରେ ଏହି ଗୁଳି ବିନିମୟ ଘଟିଥିବା ସାମ୍ନାକୁ ଆସିଛି। ଭାରତୀୟ ସେନା ଏବଂ ଜମ୍ମୁ ଓ କଶ୍ମୀର ପୁଲିସ ଦ୍ୱାରା ଏକ ବଡ଼ ଧରଣର ମିଳିତ ଅଭିଯାନର ଅଂଶ ଭାବରେ ଏହି ଏନକାଉଣ୍ଟର ଘଟିଥିଲା।

ପ୍ରମୁଖ ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି ଯେ, ନିହତ ତିନି ଜଣ ଆତଙ୍କବାଦୀ ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା ସହ ଜଡିତ ବିଦେଶୀ ନାଗରିକ ଥିଲେ। ଏହି ଏନକାଉଣ୍ଟର ଏକ ମାସ ଧରି ଚାଲିଥିବା ଗୁଇନ୍ଦା ଆଧାରିତ ଅପରେସନର ଫଳାଫଳ ଏବଂ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।












Click it and Unblock the Notifications