ହମାସ-ଇସ୍ରାଏଲ ଯୁଦ୍ଧ: ଇସ୍ରାଏଲରୁ ଭାରତ ଫେରିଲେ ୧୪୩ ଜଣ ଭାରତୀୟ

Operation Ajay: ଗାଜାରେ ହମାସ ବିରୋଧରେ ଇସ୍ରାଏଲର ପ୍ରତିଶୋଧ ପରାୟଣ ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟ ୧୫ ଦିନ ବିତି ଗଲାଣି ହେଲେ ଇସ୍ରାଏଲ-ହମାସ ଯୁଦ୍ଧର ଅନ୍ତି ହେଉ ନାହିଁ । ଏହାରି ମଧ୍ୟରେ ଅପରେସନ୍ ଅଜୟ ଅଧୀନରେ ଭାରତୀୟ ନାଗରିକଙ୍କୁ ନେଇ ଷଷ୍ଠ ବିମାନ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛି । ଦୁଇଜଣ ନେପାଳୀ ନାଗରିକଙ୍କ ସମେତ 143 ଜଣ ଯାତ୍ରୀ ସୁରକ୍ଷିତ ଭାରତ ସ୍ୱଦେଶ ଫେରିଛନ୍ତି ।

ବିମାନ ବନ୍ଦରରେ ଭାରତୀୟମାନଙ୍କୁ ସ୍ୱାଗତ କରିବା ପାଇଁ ଇସ୍ପାତ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଫଗଗାନ୍ ସିଂ କୁଲସ୍ତେ ଉପସ୍ଥିତ ଥିଲେ। ସେ ଇସ୍ରାଏଲରୁ ଆସୁଥିବା ଭାରତୀୟମାନଙ୍କୁ ତ୍ରୀରଙ୍ଗା ପତାକା ଦେଇ ସ୍ୱାଗତ କରିଥିଲେ।

Operation Ajay
ବଢୁଥିବା ବିବାଦ ମଧ୍ୟରେ ଇସ୍ରାଏଲରେ ଫସି ରହିଥିବା ସାଧାରଣ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଭାରତ 'ଅପରେସନ୍ ଅଜୟ' ଆରମ୍ଭ କରିଛି । ଏହା ଅଧୀନରେ ଭାରତୀୟ ନାଗରିକଙ୍କୁ ନେଇ ଷଷ୍ଠ ବିମାନ ଦିଲ୍ଲୀରେ ପହଞ୍ଚିଛି । ଏଥିରେ ଦୁଇ ନେପାଳୀଙ୍କ ସମେତ 143 ଭାରତୀୟ ନାଗରିକ ସାମିଲ ଅଛନ୍ତି । ଅପରେସନ୍ ଅଜୟ ବିଷୟରେ ଅନ୍ତର୍ଜାତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ନେପାଳର 18 ନାଗରିକଙ୍କ ସମେତ ପ୍ରାୟ 1200 ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଇସ୍ରାଏଲରୁ ସ୍ଥାନାନ୍ତର କରାଯାଇଛି। ଆବଶ୍ୟକ ହେଲେ ଅଧିକ ବିମାନର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ହମାସ ସହ ଚାଲିଥିବା ଯୁଦ୍ଧ ମଧ୍ୟରେ କେନ୍ଦ୍ର ସରକାର ଇସ୍ରାଏଲର ସ୍ଥିତିକୁ ଆକଳନ କରୁଛନ୍ତି। ବାଗଚି କହିଛନ୍ତି, "ଖୁସିର କଥା, କୌଣସି ମୃତାହତ ଖବର ବର୍ତ୍ତମାନ ପର୍ଯ୍ୟନ୍ତ ନାହିଁ । ଜଣେ ଭାରତୀୟ ନାଗରିକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି।"

ସେ ଆହୁରି ମଧ୍ୟ କହିଛନ୍ତି, "ଗାଜାରେ ପ୍ରାୟ ଚାରିଜଣ ଭାରତୀୟ ନାଗରିକ ଅଛନ୍ତି। ଯଦିଓ ପ୍ରକୃତ ସଂଖ୍ୟା ଆମ ପାଖରେ ନାହିଁ କିନ୍ତୁ ଏହା ନିଶ୍ଚିତ କରିବା ପାଇଁ ଇସ୍ରାଏଲ୍ ବୈଦେଶିକ ବିଭାଗ ସହିତ ଯୋଗାଯୋଗ କରାଯାଉଛି। ପାଶ୍ଚାତ୍ୟ ଦେଶରେ 12-13 ଜଣ ଭାରତୀୟ ନାଗରିକ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+