ଆଇନରେ ପରିଣତ ହେଲା ଅନ୍‌ଲାଇନ୍ ଗେମିଂ ବିଲ୍‌, ସଂସଦରେ ପାରିତ ପରେ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ଅନଲାଇନ ମନି ଗେମିଂ ଉପରେ ପ୍ରତିବନ୍ଧକ ଲଗାଇବା ବିଲ ଉପରେ ସଂସଦର ଅନୁମୋଦନ ପରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି, ଯାହା ପରେ ଏହା ଏବେ ଏକ ଆଇନରେ ପରିଣତ ହୋଇଛି। ଏହି ଆଇନ ଅନୁଯାୟୀ, ସମସ୍ତ ଅନଲାଇନ ମନି ଗେମିଂ ସେବା ଉପରେ ପ୍ରତିବନ୍ଧକ ଲଗାଯିବ ଏବଂ ଏପରି ଖେଳ ପ୍ରଦାନକାରୀଙ୍କ ପାଇଁ ତିନି ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ଅଛି।

online game
ନୂତନ ଆଇନରେ ଅନଲାଇନ ମନି ଗେମିଂ ପ୍ଲାଟଫର୍ମର ବିଜ୍ଞାପନ ପାଇଁ ଦୁଇ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଏବଂ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା କରାଯାଇଛି। ଅନଲାଇନ ଗେମିଂ ପ୍ରମୋସନ ଏବଂ ନିୟନ୍ତ୍ରଣ ବିଲ ପୂର୍ବରୁ ସଂସଦର ଉଭୟ ଗୃହ, ଲୋକ ସଭା ଏବଂ ରାଜ୍ୟ ସଭା ଦ୍ୱାରା ଗୃହୀତ ହୋଇଥିଲା। ସୂଚନାଯୋଗ୍ୟ, ରାଜ୍ୟ ସଭା ଏହି ବିଲକୁ ୨୬ ମିନିଟରେ ଏବଂ ଲୋକ ସଭା ଏହାକୁ ସାତ ମିନିଟରେ ପାସ କରିଥିଲା।

ଏହି ବିଲର ନାମ ଅନଲାଇନ ଗେମିଂ ବିଲ୍ ହୋଇଥିଲେ ବି ଏହା ଆଇନରେ ପରିଣତ ହେବା ପରେ ସବୁପ୍ରକାରର ଅନଲାଇନ ଗେମ ନିଷିଦ୍ଧ ହେବ ନାହିଁ । କେବଳ ମନି ଗେମ୍ସ ଅର୍ଥାତ୍ ଯେଉଁ ଆପ ମାଧ୍ୟମରେ ଅର୍ଥ ବାଜି ଲାଗୁଥିବ ସେଗୁଡ଼ିକୁ ନିଷିଦ୍ଧ କରାଯିବ। ତେବେ ସୋସିଆଲ ଗେମ୍ସ ଓ ଇ-ସ୍ପୋର୍ଟ୍ସ ଉପରେ କୌଣସି କଟକଣା ଲାଗୁ ହେବ ନାହିଁ । ବରଂ ଏଗୁଡ଼ିକୁ ସରକାର ପ୍ରତ୍ସାହିତ କରିବେ ।

ଗତକାଲି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଥିଲେ ଯେ ଅନଲାଇନ ମନି ଗେମିଂ ଦେଶରେ ଯୁବପିଢିଙ୍କ ଲାଗି ଏକ ବଡ଼ ବିପଦରେ ପରିଣତ ହୋଇଛି । ଏହାର ମୋହରେ ପଡ଼ି ଲୋକମାନେ ସର୍ବସ୍ବାନ୍ତ ହେଉଛନ୍ତି, ମାନସିକଭାବେ ବିକୃତ ହେଉଛନ୍ତି କିମ୍ବା ହିଂସାତ୍ମକ ହେଉଛନ୍ତି । ଏକ ଅନୁମାନ ଅନୁସାରେ ପ୍ରାୟ ୪୫ କୋଟି ଲୋକ ଏଥିରେ ପ୍ରଭାବିତ ହୋଇ ପ୍ରାୟ ୨୦ ହଜାର କୋଟି ହରାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+