ଲୋକସଭାରେ ଉପସ୍ଥାପିତ ହେଲା ଅନ୍‌ଲାଇନ୍‌ ଗେମିଂ ବିଲ୍‌ ୨୦୨୫, ଲାଗିବ ପ୍ରତିବନ୍ଧକ

ଗୋଟିଏ ଦଳ ଗଢନ୍ତୁ, ଦୁଇ ଘଣ୍ଟା ମଧ୍ୟରେ କୋଟିପତି ହୁଅନ୍ତୁ । ଆପଣ ଟିଭିରେ ଏହି କଥା ଗୁଡିକ ନିଶ୍ଚୟ ଶୁଣିଥିବେ । ଯେତେବେଳେ ଏକ ଅନଲାଇନ୍ ଗେମିଂ ଆପ୍‌ର ବିଜ୍ଞାପନ ଦେଖାଯାଏ । ଲୋକମାନଙ୍କୁ ସମାନ ଭାବରେ ପ୍ରଲୋଭିତ କରାଯାଏ । ଅନେକ ସମସ୍ୟା ସହିତ ସଂଘର୍ଷ କରୁଥିବା ଲୋକମାନେ କୋଟିପତି ହେବାର ଏହି ଫାଶରେ ପଡ଼ି ଯାଆନ୍ତି । ନିଜର ଟଙ୍କା ନିବେଶ କରିବା ଆରମ୍ଭ କରନ୍ତି । ତା'ପରେ ଏହି ଅନଲାଇନ୍ ଫାଶରେ ଫସି ନିଜର ରୋଜଗାର ହରାଇଥାନ୍ତି ।

Online Gaming Bill 2025

ଏହି ସମୟରେ, ସଂସଦରେ ଅନଲାଇନ୍ ଗେମିଂ ସମ୍ପର୍କିତ ଏକ ବିଲ୍ ଆଗତ ହୋଇଛି। ଏଥିରେ ଅନଲାଇନ୍ ଗେମିଂ ଏବଂ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇବା ବିଷୟରେ ଆଲୋଚନା କରାଯାଇଛି। ଭାରତୀୟ ଅନଲାଇନ୍ ଗେମିଂ ଇଣ୍ଡଷ୍ଟ୍ରିରେ ହେବାକୁ ଯାଉଛି ବଡ ପରିବର୍ତ୍ତନ । ଖୁବ୍ ଶୀଘ୍ର ସରକାର କରିପାରନ୍ତି ବଡ ପରିବର୍ତ୍ତନ ।

ଏହି ପରିବର୍ତ୍ତନର କାରଣ ହେବ ଅନଲାଇନ୍ ଗେମିଂ ବିଲ୍, ଯାହାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି । ଯଦି ଏହି ବିଲ୍ ପାସ୍ ହୁଏ, ତେବେ ଏହା ଟଙ୍କା ମାଧ୍ୟମରେ ଖେଳାଯାଉଥିବା ଅନଲାଇନ୍ ଗେମ୍ ଉପରେ ସିଧାସଳଖ ପ୍ରଭାବ ପଡିବ । ଏହା ଯୋଗୁଁ ଗେମିଂ ଇଣ୍ଡଷ୍ଟ୍ରିରେ ୨ ଲକ୍ଷ ଚାକିରି ବି ହରାଇପାରନ୍ତି ।

Dream11, Games24x7, Winzo, GamesKraft, 99Games, Khelo Fantasy, ଏବଂ My11Circle ଭଳି ବଜାରର ଅଗ୍ରଣୀ ଖେଳ ବ୍ୟବସାୟୀ ଏବେ ଅଘୋଷିତ ସଙ୍କଟ ଆଡ଼କୁ ଗତି କରିଛନ୍ତି । ଭାରତର ଅନଲାଇନ୍ ଗେମିଂ ବଜାରର ମୂଲ୍ୟ ବର୍ତ୍ତମାନ $୩.୭ ବିଲିୟନ ଏବଂ ୨୦୨୯ ସୁଦ୍ଧା ଏହା ଦୁଇଗୁଣରୁ ଅଧିକ ହୋଇ $୯.୧ ବିଲିୟନ ହେବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଆଜିର ରାଜସ୍ୱର ପ୍ରାୟ ୮୬% ପ୍ରକୃତ-ଧନ ଫର୍ମାଟରୁ ଆସିଥାଏ । ଯଦି ଏହାକୁ ହଟାଯାଏ, ତେବେ ବୀତ୍ତିୟ ଜୀବନରେଖା ରାତାରାତି ଗୟବ ହୋଇଯିବ ।

ଅଲ୍ ଇଣ୍ଡିଆ ଗେମିଂ ଫେଡେରେସନ୍ (AIGF) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ପ୍ରସ୍ତାବିତ ଅନଲାଇନ୍ ଗେମିଂ ବିଲ୍ ଉପରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛି । ଚେତାବନୀ ଦେଇଛି ଯେ ଏକ ସମ୍ପୂର୍ଣ୍ଣ ନିଷେଧ ଏହି କ୍ଷେତ୍ରକୁ ଗୁରୁତର କ୍ଷତି ପହଞ୍ଚାଇପାରେ।

ଫେଡେରେସନ୍ ଏହାର ଯୋଗାଯୋଗରେ ସମ୍ପୂର୍ଣ୍ଣ ନିଷେଧ ବଦଳରେ "ପ୍ରଗତିଶୀଳ ନିୟନ୍ତ୍ରଣ"ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛି । ଯାହା ଲକ୍ଷ ଲକ୍ଷ ଖେଳାଳି ଓ ବ୍ୟାପକ ଶିଳ୍ପ ପାଇଁ ସମ୍ଭାବ୍ୟ ପରିଣାମକୁ ଉଜାଗର କରିଛି । AIGF ଅନୁଯାୟୀ, ବିଲ୍‌କୁ ଏହାର ବର୍ତ୍ତମାନର ରୂପରେ ପାସ୍ କରିବା ଦ୍ୱାରା କୋଟି କୋଟି ବୈଧ ଖେଳାଳୀ ବେଆଇନ ଜୁଆ ନେଟୱାର୍କ ଓ ଅନିୟନ୍ତ୍ରିତ ଅପରେଟରଙ୍କ ଆଡ଼କୁ ଠେଲି ହୋଇପାରେ।

ଶିଳ୍ପ ସମ୍ପର୍କୀୟମାନେ ଆନୁଷ୍ଠାନିକ ଭାବରେ ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ ମଧ୍ୟ, ସେମାନେ କହିଛନ୍ତି ଯେ ଏହା ଲାଭ ଅପେକ୍ଷା ଅଧିକ କ୍ଷତି କରିବ । ଲକ୍ଷ ଲକ୍ଷ ଚାକିରି ନଷ୍ଟ କରିବ, ବ୍ୟବହାରକାରୀଙ୍କୁ ବେଆଇନ ଜୁଆ ପ୍ରତି ଆକର୍ଷିତ କରିବ । ଆର୍ଥିକ ଅଭିବୃଦ୍ଧିକୁ ମଧ୍ୟ କ୍ଷତି ପହଞ୍ଚାଇବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+