ଆସନ୍ତା ୨୦ ପର୍ଯ୍ୟନ୍ତ ସ୍କୁଲ ବନ୍ଦ, ଅନଲାଇନରେ ହେବ ପାଠପଢ଼ା
୧୪୪ ବର୍ଷ ପରେ ୟୁପି ପ୍ରୟାଗରାଜରେ ମହାକୁମ୍ଭ । ମହାକୁମ୍ଭରେ ବର୍ତ୍ତମାନ ସୁଦ୍ଧା 60 କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇସାରିଲେଣି । ସାଧୁ ସନ୍ଥଙ୍କ ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁଙ୍କ ପର୍ୟ୍ୟନ୍ତ ଆସ୍ଥାର ବୁଡ଼ ପକାଇଛନ୍ତି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହ, ଯୋଗୀ ଆଦିତ୍ୟନାଥ, ଅଖିଲେଶ ଯାଦବ ଆଦି ବହୁ ବରିଷ୍ଠ ନେତା ସଙ୍ଗମରେ ସ୍ନାନ କରିଛନ୍ତି । କିନ୍ତୁ ବର୍ତ୍ତମାନମହାକୁମ୍ଭରେ ଆସ୍ଥା ଉପରେ ଭାରିପଡିଛି ଶିକ୍ଷା ।

ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ, ଗାଡି ମୋଟର ବାବାଜୀ ଓ ମାତାଜୀଙ୍କ ସମାଗମକୁ ନଜରରେ ରଖି ଉତ୍ତରପ୍ରଦେଶ ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛି । ଘଣ୍ଟ ଘଣ୍ଟା, ଝାଞ୍ଜ ମୃଦଙ୍ଗ ଓ ଶ୍ରଦ୍ଧାଳୁଙ୍କ ଗମନା ଗମନକୁ ନଜରରେ ରଖି ପ୍ରଶାସନ ସ୍ଥାନୀୟ ଅଞ୍ଚଳରେ ଥିବା ସମସ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି । ଚଳିତମାସ ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ । ଯଦି ଭିଡ କମେ ତେବେ ୨୧ ତାରିଖରୁ ସ୍କୁଲ ଖୋଲିବ । ଏହି ବନ୍ଦ ସମୟରେ ପିଲାମାନେ ଅନଲାଇନ ମାଧ୍ୟମରେ ପଢିପାରିବେ ବୋଲି ପ୍ରଶାସନ ସୂଚନା ଦେଇଛି ।












Click it and Unblock the Notifications