ଅନଲାଇନ୍ ବେଟିଂ ଆପ୍ ମାମଲା; ଗୁଗୁଲ୍ ଓ ମେଟାକୁ ED ନୋଟିସ୍
ଗୁଗଲ୍ ଓ ମେଟାକୁ ଇଡି ନୋଟିସ୍ । ଅନ୍ଲାଇନ୍ ବେଟିଂ ଆପ୍ ମାମଲାରେ ଗୁଗଲ୍ ଓ ମେଟାକୁ ଇଡି ନୋଟିସ୍ ପଠାଇଛି । ଉଭୟ କମ୍ପାନୀର ପ୍ରତିନିଧିଙ୍କୁ ପଚରାଉଚରା ପାଇଁ ଜାରି ହୋଇଛି ନୋଟିସ୍ । ଉଭୟଙ୍କୁ ଜୁଲାଇ ୧୨ରେ ହାଜର ହେବା ପାଇଁ ଇଡି ସମନ କରିଛି । ଅନ୍ଲାଇନ୍ ବେଟିଂ ଆପ୍କୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗରେ ଇଡି ସମନ କରିଛି । ମହାଦେବ ଅନଲାଇନ୍ ବେଟିଂ ଆପ୍ ସହ ଜଡ଼ିତ ହଜାର ହଜାର କୋଟି ଟଙ୍କାର ବେଆଇନ କାରବାରର ତଦନ୍ତ ପରିସରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

କ'ଣ ଏହି ମହାଦେବ ବେଟିଂ ଆପ୍ ମାମଲା?
ମହାଦେବ ଅନଲାଇନ୍ ବୁକ୍ ହେଉଛି ଏକ ବେଆଇନ ଅନଲାଇନ୍ ବେଟିଂ ପ୍ଲାଟଫର୍ମ। ଏହା କ୍ରିକେଟ୍, ଫୁଟବଲ୍, ଟେନିସ୍, କାର୍ଡ୍ ଗେମ୍ ଏବଂ କ୍ୟାସିନୋ ଭଳି ବିଭିନ୍ନ ଖେଳ ଉପରେ ବାଜି ଲଗାଇବାର ସୁଯୋଗ ଦେଉଥିଲା। ଏହାର ମୁଖ୍ୟ ପ୍ରମୋଟରମାନେ ଦୁବାଇରୁ ଏହି ସମଗ୍ର ନେଟୱର୍କକୁ ପରିଚାଳନା କରୁଥିଲେ। ଏହି ଆପ୍ ମାଧ୍ୟମରେ ପ୍ରାୟ ୬,୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ହେରଫେର ହୋଇଥିବା ଅନୁମାନ କରାଯାଉଛି। ଏହି ମାମଲାରେ ଅନେକ ବଡ଼ ରାଜନେତା, ବଲିଉଡ ଅଭିନେତା ଏବଂ ବ୍ୟବସାୟୀଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ତଦନ୍ତ ଜାରି ରହିଛି। ଇଡି ଏହି ମାମଲାରେ ବ୍ୟାପକ ତଦନ୍ତ ଚଳାଇ ଏପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରୁ ଅନେକ ଲୋକଙ୍କୁ ଗିରଫ କରିବା ସହ ଶହ ଶହ କୋଟି ଟଙ୍କାର ସମ୍ପତ୍ତି ଜବତ କରିସାରିଲାଣି।
ଆଗାମୀ ପଦକ୍ଷେପ
ଗୁଗଲ୍ ଏବଂ ମେଟାର ଅଧିକାରୀମାନେ ଇଡି ସମ୍ମୁଖରେ ହାଜର ହୋଇ ବିଜ୍ଞାପନ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଏବଂ ଆର୍ଥିକ କାରବାରର ବିବରଣୀ ପ୍ରଦାନ କରିବେ। ଏହି ପଚରାଉଚରାରୁ ମିଳିବାକୁ ଥିବା ତଥ୍ୟ ଆଧାରରେ ଇଡି ମନି ଲଣ୍ଡରିଂର ଗୁମର ଖୋଲିବାରେ ସକ୍ଷମ ହେବ ବୋଲି ଆଶା କରାଯାଉଛି। ଯଦି ଏହି ଟେକ୍ କମ୍ପାନୀଗୁଡ଼ିକର କୌଣସି ଅବହେଳା କିମ୍ବା ସିଧାସଳଖ ସମ୍ପୃକ୍ତିର ପ୍ରମାଣ ମିଳେ, ତେବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।












Click it and Unblock the Notifications