Onion Price Hike: ୧୦୦ ଛୁଇଁବ ପିଆଜ ଦର
Onion Price Hike: ନିକଟରେ ଟମାଟୋ ଏବଂ ପିଆଜର ମୂଲ୍ୟକୁ ନେଇ ଚର୍ଚ୍ଚା ଲାଗିରହିଛି । ଏବେ ପୁଣି ପିଆଜ ଗ୍ରାହକଙ୍କ ଚିନ୍ତା ବଢାଇବା ପାଇଁ ଯାଉଛି । କୌଣସି ସମୟ ମଧ୍ୟରେ ହଠାତ୍ ପିଆଜ ମୂଲ୍ୟ ବୃଦ୍ଧି ପାଇପାରେ ଏବଂ ବର୍ତ୍ତମାନ ବଜାରରେ ପିଆଜ କିଲୋଗ୍ରାମ ପିଛା 65 ରୁ 70 ଟଙ୍କା ମଧ୍ୟରେ ବିକ୍ରି ହେଉଛି । ପନିପରିବା ବିକ୍ରେତାମାନଙ୍କ ସୂଚନା ଅନୁସାରେ ଆଗକୁ ପିଆଜ ମୂଲ୍ୟ ଆହୁରି ବୃଦ୍ଧି ପାଇବ ଏବଂ କିଲୋଗ୍ରାମ ପିଛା 100 ଟଙ୍କା ଛୁଇଁବାର ସମ୍ଭାବନା ରହିଛି ।

ଦିଲ୍ଲୀର ଗାଜିପୁର ମଣ୍ଡିର ଜଣେ ପିଆଜ ବ୍ୟବସାୟୀ ANI ସହିତ ଆଲୋଚନା କରି କହିଛନ୍ତି ଯେ, ବର୍ତ୍ତମାନ ପିଆଜର ରପ୍ତାନୀ କମ୍ ହେଉଛି ସେଥିପାଇଁ ମୂଲ୍ୟ ଅଧିକ ରହିଛି। ଆଜି ପିଆଜର ମୂଲ୍ୟ 5 କିଲୋଗ୍ରାମ ପାଇଁ 350 ଟଙ୍କା ଥିବାବେଳେ ଗତକାଲି ଏହା 300 ଟଙ୍କା ଥିଲା। କିଛି ଦିନ ପୂର୍ବରୁ ଏହାର ମୂଲ୍ୟ 200 ଟଙ୍କା ଥିଲା। ସେ ଆଗକୁ ଆହୁରି କରିଛନ୍ତି, ଗତ ଏକ ସପ୍ତାହ ହେବ ଦର ବଢୁଥିବାର ଦେଖିବା ପାଇଁ ମିଳୁଛି ।
#WATCH | Delhi: On high onion prices, an onion trader at Ghazipur vegetable market says, "The inflow of the onion is low resulting in high rates. Today the rates are Rs. 350 (per 5 Kg). Yesterday, it was Rs. 300. It was Rs. 200 before that. A week ago, rates were Rs. 200, Rs. 160… pic.twitter.com/xLVNDQwtGF
— ANI (@ANI) October 28, 2023
ପିଟିଆଇ ଏଜେନ୍ସି ଅନୁଯାୟୀ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପାଣିପାଗ ପରିବର୍ତ୍ତନ କାରଣରୁ ଖରିଫ ପିଆଜ ବୁଣିବାରେ ବିଳମ୍ବ ହୋଇଥିଲା ଫସଲ କମ୍ ହୋଇଥିବାରୁ ମାର୍କେଟକୁ ଆସିବାରେ ବିଳମ୍ବ ହେଉଛି । ଅଧିକାରୀ କହିଛନ୍ତି ଯେ, ସତେଜ ଖରିଫ ପିଆଜର ଆଗମନ ବର୍ତ୍ତମାନଠାରୁ ଆରମ୍ଭ ହୋଇଥାନ୍ତା କିନ୍ତୁ ହେଲେ ଏବେ ପର୍ଯ୍ୟନ୍ତ ହୋଇ ନାହିଁ । ରବି ପିଆଜ ହ୍ରାସ ହେବା ଏବଂ ଖରିଫ ପିଆଜ ଆସିବାରେ ବିଳମ୍ବ ହେତୁ ପିଆଜ ଦର ବୃଦ୍ଧି ପାଉଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications