ଆରଜେଡି-କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ, ଜାଣନ୍ତୁ କଂଗ୍ରେସକୁ ମିଳିଲା କେତେ ଆସନ
ପାଟନା: ବିହାରରେ କଂଗ୍ରେସ ଏବଂ ଆରଜେଡି ମଧ୍ୟରେ ଆସନ ବାଣ୍ଟିବା ପ୍ରସଙ୍ଗ ଶେଷରେ ସମାଧାନ ହୋଇଛି । ଗତ କିଛି ଦିନ ହେବ ଦୁଇ ଦଳ ମଧ୍ୟରେ ସିଟ୍ ବାଣ୍ଟିବା ନେଇ ସନ୍ଦେହ ଘେରକୁ ଆସିଥିଲା । କିନ୍ତୁ ବୁଧବାର ଦିନ ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ଚୂଡାନ୍ତ ହୋଇଛି । ବିହାରରେ କଂଗ୍ରେସ ୮ ଟି ଆସନରେ ସହମତି ହୋଇଛି । ତେବେ ସୂଚନା ଅନୁଯାୟୀ ଆଉ ଗୋଟିଏ ସିଟରେ ଆଲୋଚନା ଚାଲିଛି । ଅର୍ଥାତ୍ ଦଳକୁ ମୋଟ ୯ ଟି ସିଟ୍ ଦେବା ପାଇଁ ଏକ ଚୁକ୍ତିନାମା ହୋଇଛି ।
କଂଗ୍ରେସକୁ ମିଳିଥିବା ବିହାରର ୮ଟି ଆସନ ହେଉଛି କିଶନଗଞ୍ଜ, କଟିହାର, ଭାଗଲପୁର, ସମସ୍ତିପୁର, ମୁଜାଫରପୁର, ବେତିଆ, ପାଟନା ସାହିବ ଏବଂ ସାସାରାମ । ଏହି ଆସନ ବ୍ୟତୀତ ଶିଓହର କିମ୍ବା ମହାରାଜଗଞ୍ଜ ମଧ୍ୟରୁ ଆଉ ଗୋଟିଏ ସିଟ୍ କଂଗ୍ରେସକୁ ମିଳିପାରେ ।

ଅପରପକ୍ଷେ, ପପୁ ଯାଦବଙ୍କ ଦଳ ଜନଅଧିକାର ପାର୍ଟିର କଂଗ୍ରେସରେ ମିଶ୍ରଣ ପରେ ପୂର୍ଣ୍ଣିଆକୁ ନେଇ କଂଗ୍ରେସ ଓ ଆରଜେଡି ମଧ୍ୟରେ ବିବାଦ ଦେଖାଦେଇଥିଲା । ଆରଜେଡି ଏହି ଆସନ କଂଗ୍ରେସକୁ ଦେବାକୁ ଚାହୁଁ ନଥିଲା । ପପୁ ଯାଦବ ଏହି ଆସନରେ ଲଢିବାକୁ ଚାହୁଁଥିଲେ । ତେବେ ବୁଧବାର ଅନୁଷ୍ଠିତ ବୈଠକ ପରେ ପୂର୍ଣ୍ଣିଆ ଆସନରେ ଜେଡିୟୁ ଛାଡିଥିବା ବୀମା ଭାରତୀଙ୍କୁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନିଆଯାଇଥିଲା । ବୀମା ଭାରତୀଙ୍କୁ ଆରଜେଡି ଚିହ୍ନ ଦେବାକୁ ରାଜି ହୋଇଥିଲେ ।
ବର୍ତ୍ତମାନ ବିହାରର ୪୦ ଟି ଲୋକସଭା ଆସନରେ ଇଣ୍ଡିଆ ମିଳିତ ମଞ୍ଚ ମଧ୍ୟରେ ଆସନ ବୁଝାମଣା ସୂତ୍ର ସମ୍ପୂର୍ଣ୍ଣ ଚୂଡାନ୍ତ ହୋଇଛି । କଂଗ୍ରେସ, ଆରଜେଡି ଏବଂ ବାମପନ୍ଥୀ ମଧ୍ୟରେ ଏହି ସୂତ୍ର ସ୍ଥିର ହୋଇଛି । ସେଥିରେ କଂଗ୍ରେସକୁ ମୋଟ ୯ ଟି ଆସନ ଲଢ଼ିବାକୁ ରାଜି ହୋଇଛି । ଏହାର ଗୋଟିଏ ଦିନ ପୂର୍ବରୁ ବିହାରର ପୂର୍ବତନ ଡେପୁଟି ସିଏମ ତେଜସ୍ୱୀ ଯାଦବ କହିଥିଲେ ଯେ ଖୁବ ଶୀଘ୍ର ଇଣ୍ଡିଆ ମିଳିତ ମଞ୍ଚ ମଧ୍ୟରେ ସିଟ୍ ଚୂଡାନ୍ତ ହେବ । ସେ କୌଣସି ପ୍ରକାର ବିବାଦକୁ ଅସ୍ୱୀକାର କରିଥିଲେ ।












Click it and Unblock the Notifications