ବିଏସଏଫ ସହିତ ୱାନଇଣ୍ଡିଆର ସହଭାଗୀତା,ସୀମାକୁ ସୁରକ୍ଷା ଦେଉଥିବା ସାହସୀ ଯବାନଙ୍କୁ ଡିଜିଟାଲ ସମ୍ମାନ ପ୍ରଦାନ କରାଯିବ
ସୀମା ସୁରକ୍ଷା ବଳ (ବିଏସଏଫ) ସହିତ ଏକ ଐତିହାସିକ ସହଯୋଗ ଘୋଷଣା କରି OneIndia ହୋଇଛି ଗର୍ବିତ । ବିଏସଏଫ ହେଉଛି ବିଶ୍ୱର ସର୍ବବୃହତ ସୀମା ସୁରକ୍ଷା ବାହିନୀ ଏବଂ ଭାରତର ସୁରକ୍ଷା ପାଇଁ ଆଗ ଧାଡିର ପ୍ରତିରକ୍ଷା ବାହିନୀ ।
ବିଏସଏଫ୍ ସହିତ OneIndiaର ଏହି ଅନନ୍ୟ ଡିଜିଟାଲ ସହଭାଗୀତା ଦେଶର ସୀମାକୁ ସୁରକ୍ଷା ଦେବା ପାଇଁ ନିଃସ୍ୱାର୍ଥପର ଭାବରେ ସେବା କରୁଥିବା ବିଏସଏଫ କର୍ମଚାରୀଙ୍କ ଅସାଧାରଣ କାହାଣୀ, ସାହସିକ ମିଶନ ଏବଂ ପ୍ରେରଣାଦାୟକ ବଳିଦାନକୁ ଉଜ୍ଜ୍ୱଳ କରିବା ଲକ୍ଷ୍ୟ ରଖିଛି। ଦଶନ୍ଧି ଧରି, ସାହସିକତାର ସେହି କାହାଣୀଗୁଡ଼ିକ ମଧ୍ୟରୁ ଅନେକ ଅକୁହା ହୋଇ ରହିଛି - ଏବଂ ଏହି ସହଯୋଗ ମାଧ୍ୟମରେ, ସାରା ଦେଶରେ ବିଏସଏଫ ଯବାନଙ୍କୁ ପ୍ରୋତ୍ସାହିତ କରିବାକୁ OneIndia ପ୍ରତିବଦ୍ଧ।
ଏହି ପଦକ୍ଷେପ ଦ୍ୱାରା, OneIndia ସାରା ଭାରତରେ ୩୬୦ ମିଲିୟନରୁ ଅଧିକ ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବା ପାଇଁ ଏହାର ବିଶାଳ ଡିଜିଟାଲ୍ ଇକୋସିଷ୍ଟମକୁ ବ୍ୟବହାର କରିବ। ଯାହାଦ୍ୱାରା ସାରା ଦେଶରେ ବିଏସଏଫ ଯବାନଙ୍କ ବୀରତ୍ୱପୂର୍ଣ୍ଣ ଯାତ୍ରା ସହିତ ଗଭୀର ଭାବରେ ଯୋଡ଼ି ହୋଇପାରିବେ ଦେଶର ପ୍ରତେକ ନାଗରିକ । ଆଉ ତାହା ନିଶ୍ଚିତ କରିବା ପାଇଁ ସେହି କାହାଣୀଗୁଡ଼ିକୁ ବହୁବିଧ ଭାରତୀୟ ଭାଷାରେ ଉପସ୍ଥାପିତ କରାଯିବ।
ବଡ଼ ଛୋଟ ଭିଡିଓ ଏବଂ ରିଲ୍ ଠାରୁ ଆରମ୍ଭ କରି ଗଭୀର ଲେଖା, ସାକ୍ଷାତକାର ଏବଂ ଲାଇଭ୍ ଇଭେଣ୍ଟ କଭରେଜ୍ ପର୍ଯ୍ୟନ୍ତ - OneIndia ବିଏସଏଫର ସାହସର ଐତିହ୍ୟକୁ ସାଧାରଣ ଭାରତୀୟଙ୍କ ନିକଟତର କରିବ। ଏହି କାହାଣୀଗୁଡ଼ିକ କେବଳ ଦେଶବାସୀଙ୍କୁ ସୂଚନା ଦେବ ନାହିଁ ବରଂ ପ୍ରେରଣା ମଧ୍ୟ ଦେବ, ଆମକୁ ସେହି ନୀରବ ଯୋଦ୍ଧାମାନଙ୍କୁ ମନେ ପକାଇବ ଯେଉଁମାନେ ପ୍ରାୟତଃ ସବୁଠାରୁ କଷ୍ଟକର ପରିସ୍ଥିତିରେ ନିରନ୍ତର ଜଗି ରହିଥାନ୍ତି ଏବଂ ଦେଶକୁ ସୁରକ୍ଷା ଦେଇଥାନ୍ତି ।
୨୦୦୬ ମସିହାରେ ପ୍ରତିଷ୍ଠିତ, OneIndia.com ହେଉଛି ଭାରତର ସବୁଠାରୁ ବିଶ୍ୱସ୍ତ ବହୁଭାଷୀ ଡିଜିଟାଲ୍ ନ୍ୟୁଜ୍ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ।
ଇଂରାଜୀ ବ୍ୟତୀତ, ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟଲମ, କନ୍ନଡ, ବଙ୍ଗାଳୀ, ଗୁଜରାଟୀ, ଓଡ଼ିଆ, ମରାଠୀ କିମ୍ବା ଅନ୍ୟାନ୍ୟ ଭାରତୀୟ ଭାଷାରେ ଖବର ପରିବେଶଣ କରିଥାଏ ।
୧୫୦ ନିୟୁତରୁ ଅଧିକ ମାସିକ ଅନନ୍ୟ ଉପଭୋକ୍ତା ଏବଂ ୩ ବିଲିୟନରୁ ଅଧିକ ପୃଷ୍ଠା ଭ୍ୟୁ ସହିତ ୱାନଇଣ୍ଡିଆ କମ ସ୍କୋର ଦ୍ୱାରା ଭାରତର ଶ୍ରେଷ୍ଠ ୧୦ଟି ନ୍ୟୁଜ୍ ପୋର୍ଟାଲ୍ ମଧ୍ୟରେ ନିରନ୍ତର ସ୍ଥାନ ପାଇଛି।

ଫେସବୁକ୍, ଇନଷ୍ଟାଗ୍ରାମ୍ ଏବଂ ୟୁଟ୍ୟୁବ୍ ଭଳି ପ୍ଲାଟଫର୍ମରେ ଏହାର ଗୁଣାତ୍ମକ ବିଷୟବସ୍ତୁ ଏବଂ ଆକର୍ଷଣୀୟ ଡିଜିଟାଲ୍ ଶୋ ପାଇଁ ଜଣାଶୁଣା, OneIndia ପ୍ରତିଦିନ ଲକ୍ଷ ଲକ୍ଷ ଦର୍ଶକଙ୍କ ପାଇଁ ବିଶେଷଜ୍ଞ ସାକ୍ଷାତକାର, ରାଜନୈତିକ ବିତର୍କ, ଖବର ମନ୍ତବ୍ୟ ଏବଂ ଗଭୀର ବିଶ୍ଳେଷଣ ଆଣିଥାଏ।
ଙଦ୍ଭରଓଦ୍ଭୟସବର ପ୍ରତିବଦ୍ଧତାକୁ ସୁଦୃଢ଼ କରିବା!
ବିଏସଏଫ ସହିତ ଏହି ସହଭାଗୀତା ମୂଲ୍ୟବୋଧ ଆଧାରିତ ସାମ୍ବାଦିକତା ଏବଂ ଜନହିତକର ବିଷୟବସ୍ତୁ ପ୍ରତି OneIndia ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରେ। ଏହି ଅଭିଯାନ ଦେଶବାସୀଙ୍କୁ ଦିନରାତି ସୀମା ଜଗି ରହିଥିବା ସାହସୀ ସୈନିକଙ୍କ ସହିତ ସଂଯୋଗ କରିବାର ଏକ ମାଧ୍ୟମ, ଯାହା ଦ୍ୱାରା ସେମାନେ ସୁରକ୍ଷିତ ରହିବେ।












Click it and Unblock the Notifications