ଲୋଭ କିମ୍ବା ଭୟ ଯୋଗୁ ଧର୍ମ ପରିବର୍ତ୍ତନ କରିବା ଉଚିତ ନୁହେଁ........
ଆରଏସଏସ ମୁଖ୍ୟ ମୋହନ ଭାଗବତ ଦେଶରେ ଚାଲିଥିବା ଧର୍ମାନ୍ତରୀକରଣ ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି। ଧର୍ମ ସମସ୍ତଙ୍କୁ ଖୁସି ଆଡ଼କୁ ନେଇଯାଇପାରେ। ଆମେ ଲୋଭ କିମ୍ବା ଭୟ ଯୋଗୁ ଧର୍ମ ପରିବର୍ତ୍ତନ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ଏହାଛଡ଼ା ସଂଘ ମୁଖ୍ୟ କହିଥିଲେ ଯେ ଆମେ ଏକଜୁଟ ହେବା ଜାଣୁ ଏବଂ ଏକଜୁଟ ହେବା ଚାହୁଁ। ଆମେ ଲଢ଼େଇ କରିବାକୁ ଚାହୁଁନାହୁଁ, କିନ୍ତୁ ଆମକୁ ନିଜକୁ ରକ୍ଷା କରିବାକୁ ପଡିବ କାରଣ ଆଜି ମଧ୍ୟ ଏପରି ଶକ୍ତି ଅଛି ଯେଉଁମାନେ ଆମକୁ ପରିବର୍ତ୍ତନ (ଧର୍ମ ପରିବର୍ତ୍ତନ) କରିବାକୁ ଚାହାଁନ୍ତି। କିନ୍ତୁ ଆମ ଦୈନନ୍ଦିନ ଜୀବନରେ ଏପରି କୌଣସି ଶକ୍ତି ନ ଥିଲେ ମଧ୍ୟ ଲୋଭ ଏବଂ ପ୍ରଲୋଭନର ଘଟଣା ଘଟେ ବୋଲି ସେ କହିଛନ୍ତି।












Click it and Unblock the Notifications