ଦିଲ୍ଲୀରେ ୪୦ ଫୁଟ୍ ବୋରୱେଲ ଭିତରେ ଖସିପଡ଼ିଲେ ଜଣେ ବ୍ୟକ୍ତି, ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି
ଦିଲ୍ଲୀରେ ୪୦ ଫୁଟ୍ ବୋରୱେଲ ଭିତରେ ଖସିପଡ଼ିଲେ ଜଣେ ବ୍ୟକ୍ତି କେଶୋପୁର ମଣ୍ଡି ନିକଟ ଦିଲ୍ଲୀ ଜଳ ବୋର୍ଡ ପ୍ଲାଣ୍ଟରେ ଘଟିଛି ଏହି ଅଘଟଣ । ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଏନ୍ ଡିଆରଏଫ୍ ଓ ପୋଲିସ ଉପସ୍ଥିତ ଅଛନ୍ତି । ଗାତର ଗଭୀରତା ୪୦ ଫୁଟ ଥିବା ଯୋଗଁ ବାହାର କରିବା କଷ୍ଟକର ହୋଇପାରେ ।
ତେବେ ଶିଶୁଟି ଖେଳୁଥିବା ସମୟରେ ଏହି ଘଟଣା ଘଟିଛି । ଖବର ପାଇ ଅଗ୍ନିଶମ ବାହିନୀ, ଏନ୍ଡିଆରଏଫ୍ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର୍ ଜାରି ରଖିଛନ୍ତିି । ଦିଲ୍ଲୀ ଅଗ୍ନିଶମ ବାହିନୀଙ୍କ କହିବାନୁଯାୟୀ ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଅପରେସନ୍ ଜାରି ରହିଛି ଏବଂ ଶିଶୁକୁ ଶୀଘ୍ର ସୁରକ୍ଷିତ ଉଦ୍ଧାର କରାଯିବ । ଏନେଇ ଏଏନ୍ଆଇ ପକ୍ଷରୁ ଟ୍ୱିଟ୍ କରାଯାଇଛି ।
ଶିଶୁଟିକୁ ଉଦ୍ଧାର ପାଇଁ ଏନଡିଆରଏଫ ଟିମ୍ ପ୍ରଥମେ ଗର୍ତ୍ତରେ ଏକ ଦଉଡି ଲଗାଇଥିଲା । ହେଲେ ଏହା ସଫଳ ହୋଇପାରିଲା ନାହିଁ । ଏବେ ଉଦ୍ଧାରକାରୀ ଦଳ ବୋରୱେଲ ପାଖରେ ଆଉ ଏକ ବୋରୱେଲ ଖୋଳିବାକୁ ପ୍ରସ୍ତୁତି ଚଳାଇଛନ୍ତି ।

ସୂଚନାଅନୁସାରେ, ରାତି ଗୋଟାଏ ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି । ଶିଶୁଟି ଫସି ରହିଥିବା ବୋରୱେଲର ଗଭୀରତା ୪୦ ଫୁଟ ରହିଥିବା ବେଳେ ବ୍ୟାସ ୧.୫ ଫୁଟ୍ ରହିଛି । ଏନଡିଆରଏଫ ଇନ୍ସପେକ୍ଟର ପ୍ରତାପ ସିଂଙ୍କ ନେତୃତ୍ୱରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଲୋକଟି ଫସି ରହିଥିବା ବୋରୱେଲ ସହିତ ସମାନ୍ତରାଳ ଭାବରେ ଆଉ ଏକ ବୋରୱେଲ ଖୋଳି ଶିଶୁକୁ ଉଦ୍ଧାର କରାଯିବାକୁ ଯୋଜନା କରାଯାଉଛି । ପ୍ରଥମେ ଜଣେ ଶିଶୁ ପଡିଥିବା କଥା ଉଠିଥିବା ବେଳେ ଜଣେ ବ୍ୟକ୍ତି ତା ଭିତରେ ପଡିଥିବା କଥା କୁହାଯାଉଛି । ଏ ନେଇ କଡା ପଦକ୍ଷେପ ନିଆଯିବ ବୋଲି ବୋଲି ଦିଲ୍ଲୀ ସରକାର କହିଛନ୍ତି । ପ୍ରଥମେ ଜଣେ ଶିଶୁ ପଡିଥିବା କଥା କୁହାଯାଇଥିଲା ।












Click it and Unblock the Notifications