ଡଙ୍ଗା ବୁଡ଼ି ୫ ନିଖୋଜ ଘଟଣା, ଉଦ୍ଧାର ହେଲା ଜଣେ ମହିଳାଙ୍କ ମୃତ ଦେହ
କୋରାପୁଟ:କିଛି ମାସର ବ୍ୟବଧାନ ପରେ କୋରାପୁଟରେ ପୁଣି ଥରେ ଡଙ୍ଗାବୁଡ଼ି ଘଟଣା ଦେଖିବାକୁ ମିଳିଛି । କୋରାପୁଟ ଜିଲା ପାତାଳି ନଦୀରେ ଗୁରୁବାର ଅଘଟଣ ଘଟିଛି । ଏକ ଡଙ୍ଗା ବୁଡ଼ି ୫ଜଣ ନିଖୋଜ ହୋଇଯାଇଛନ୍ତି । ସେମାନେ ହେଲେ ନନ୍ଦପୁର ବ୍ଲକ କୁଲାରସିଂ ପଞ୍ଚାୟତ ତାନ୍ସିଂ ଗ୍ରାମର ୩ ମହିଳା ଏବଂ ଦୁଇ ନାବାଳିକା ବୋଲି ଜଣାପଡିଛି । ପାତାଳୀ ନଦୀରେ ଡଙ୍ଗା ବୁଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ନିଖୋଜ ଅଛନ୍ତି ।

ସୁଚନାନୁସାରେ ସମସ୍ତେ ଗତକାଲି ପଡ଼ୋଶୀ ଆନ୍ଧ୍ରରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ । ତେବେ ସନ୍ଧ୍ୟାରେ ଫେରୁଥିବାବେଳେ ନଦୀ ଘାଟରେ ଏକ ଦେଶୀ ଡ଼ଙ୍ଗା ନେଇ ୩ ନାବାଳିକା ଏବଂ ୨ ମହିଳା ପାତାଳି ନଦୀରେ ନିଜେ ଦେଶୀ ଡଙ୍ଗା ମାଧ୍ୟମରେ ଫେରୁଥିଲେ । ହେଲେ ମଝି ନଈରେ ଡଙ୍ଗା ବୁଡ଼ି ସମସ୍ତେ ନିଖୋଜ ହୋଇଯାଇଥିଲେ । ଜଣେ ମହିଳାଙ୍କ ମୃତ ଦେହ ନଦୀରେ ଭାସୁଥିବାର ଦେଖିଥିଲେ ଗ୍ରାମ ବାସୀ , ଆଉ ପରେ ଗ୍ରାମ ବାସୀ ତୁରନ୍ତ ଖବର ଦେଇଥିଲ ପୋଲିସକୁ । ଆଉ ଓଡ଼୍ରାପ ଟିମ୍ ଆସି ମୃତ ଦେହକୁ ଉଦ୍ଧାର କରିଥିଲେ












Click it and Unblock the Notifications