ପୋଲିସ୍ ଏନକାଉଣ୍ଟରରେ ଜଣେ ନକ୍ସଲ ମୃତ

ଧମତରୀ: ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ପୋଲିସର ଏନକାଉଣ୍ଟର । ପୋଲିସର ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ । ଧମତରୀ ଜିଲ୍ଲା ମୁହକୋଟ ଆମଝର ଜଙ୍ଗଲରେ ଏନକାଉଣ୍ଡର ହୋଇଥିବା ସୂଚନା ରହିଛି । ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରେସନ ବେଳେ ଘଟଣା ସ୍ଥଳରୁ ଗୋଟିଏ ଏସ୍‌ଏଲ୍‌ଆର ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ ।

ସୂଚନା ଅନୁସାରେ ଖଲ୍ଲାରୀ ଥାନା ଅନ୍ତର୍ଗତ ମୁହକୋଟ ଆମଝର ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ଖବର ପାଇଥିଲେ ଯବାନ । ତୁରନ୍ତ ଧମତରୀ ଜିଲ୍ଲା ଏସପି ଅଞ୍ଜନେୟ ବୈଷ୍ଣ ନିଜେ ନେତୃତ୍ୱ ନେଇ ଡିଆରଜି ଟିମକୁ ନେଇ ଜଙ୍ଗଲରେ ଚଢାଉ କରିଥିଲେ । ହେଲେ ଏଠାରେ ନକ୍ସଲ ସହ ମୁହାଁମୁହିଁ ହେବା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ।

one Naxalites killed in police encounter

ନକ୍ସଲ ଯବାନଙ୍କ ଗୁଳିର ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ଜଣେ ନକ୍ସଲର ମୃତଦେହ ଜବତ କରିଥିଲା ପୋଲିସ । ସେହିପରି ଘଟଣାସ୍ଥଳରୁ ଏସଏଲଆର ବନ୍ଧୁକ ଜବତ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+