ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଦେଶକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ , କହିଲେ ୭୫ ବର୍ଷ ଭିତରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି

୭୬ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁମୁ ଆଜି ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ଆଗାମୀ ଦିନରେ ଅର୍ଥନୈତିକ ସଂସ୍କାର ସମର୍ଥିତ ବିକାଶ କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି। ଅଭିଭାଷଣରେ ରାଷ୍ଟ୍ରପତି ଦେଶର ସମ୍ବିଧାନ କାର୍ଯ୍ୟକାରୀ ହେବାର ୭୫ ବର୍ଷର ସମୟକୁ ଦେଶ ପାଇଁ ଆତ୍ମ ସମୀକ୍ଷାର ସମୟ ବୋଲି କହିଛନ୍ତି।

ଶ୍ରୀମତୀ ମୁର୍ମୁ କହିଛନ୍ତି ଗଣତନ୍ତ୍ର ଦିବସ ଦେଶବାସୀଙ୍କ ପାଇଁ ଖୁସି ଓ ଉଲ୍ଲାସର ଦିନ। ଆଜିଠାରୁ ୭୫ ବର୍ଷ ପୂର୍ବେ ଭାରତର ସମ୍ବିଧାନ ଲାଗୁ କରାଯାଇଥିଲା। ପ୍ରାୟ ୩ ବର୍ଷର ବିଚାର-ବିମର୍ଷ ପରେ ୨୯ ନଭେମ୍ବର ୧୯୪୯ ରେ ସମ୍ବିଧାନକୁ ଅଙ୍ଗୀକୃତ କରାଯାଇଥିଲା। ସମ୍ବିଧାନ ଆମ ସାମୁହିକ ଅସ୍ମିତାର ଚିହ୍ନ। ଏହା ଆମ ଦେଶକୁ ଏକତ୍ରିତ କରିଛି। ବିଶ୍ବର ପ୍ରାଚୀତ ସଭ୍ୟତା ଭିତରୁ ଭାରତ ଅନ୍ୟତମ। ଏହି ଉପଲକ୍ଷେ ୨୬ ନଭେମ୍ବର ୨୦୧୫ ରୁ ସମ୍ବିଧାନ ଦିବସ ଭାବରେ ପାଳନ କରଯାଏ।

ବିଶ୍ବର ପ୍ରାଚୀନତମ ସଭ୍ୟତାରେ ଭିତରେ ଭାରତ ଅନ୍ୟତମ। ତେବେ ପରାଧିନ ସମୟରେ ଏକ ଅନ୍ଧକାରମୟ ବାଟ ଦେଇ ଯିବାକୁ ପଡିଥିଲା। ଔପନିବେଶକ ଶାସନରେ ଅମାନବୀୟ ଶୋଷଣ କାରଣରୁ ଦେଶରେ ଘୋର ଦାରିଦ୍ର୍ୟତା ବଢିଥିଲା। ଆଜିର ଦନରେ ସବୁଠାରୁ ପ୍ରଥମେ ଆମେ ସେହି ବୀରଙ୍କୁ ମନେପକାଇବା ଯେଉଁମାନେ ମାତୃଭୂମିକୁ ବିଦେଶୀ ଶାସନର ଶିକୁଳିରୁ ମୁକ୍ତ କରିବାକୁ ବଡ଼ରୁ ବଡ଼ ବଳିଦାନ ଦେଇଥିଲେ। ତାଙ୍କ ଭିତରେ କିଛି ସ୍ବାଧିନତା ସଂଗ୍ରାମୀଙ୍କୁ ଲୋକ ଜାଣନ୍ତି। କିନ୍ତୁ ବହୁତ ସଂଗ୍ରାମୀ ଅଛନ୍ତି ଯାହାଙ୍କ ବିଷୟରେ ଲୋକ ଜାଣି ନାହାନ୍ତି।

ରାଷ୍ଟ୍ରପତି କହିଛନ୍ତି ଯେ, ଭାରତର କୃଷକମାନେ କଠିନ ପରିଶ୍ରମ କରିଛନ୍ତି ଏବଂ ଖାଦ୍ୟ ଶସ୍ୟ ଉତ୍ପାଦନରେ ଦେଶକୁ ଆତ୍ମନିର୍ଭରଶୀଳ କରିଛନ୍ତି। ସେ କହିଛନ୍ତି, "ଆମର କୃଷକ ଭାଇ ଓ ଭଉଣୀମାନେ କଠିନ ପରିଶ୍ରମ କରିଥିଲେ ଏବଂ ଖାଦ୍ୟ ଶସ୍ୟ ଉତ୍ପାଦନରେ ଆମ ଦେଶକୁ ଆତ୍ମନିର୍ଭରଶୀଳ କରିଥିଲେ। ଆମର ଶ୍ରମିକ ଭାଇ ଓ ଭଉଣୀମାନେ ଅକ୍ଲାନ୍ତ ପରିଶ୍ରମ କରିଥିଲେ ଏବଂ ଆମର ଭିତ୍ତିଭୂମି ତଥା ଉତ୍ପାଦନ କ୍ଷେତ୍ରକୁ ନବୀକରଣ କରିଥିଲେ। ସେମାନଙ୍କର ଉଜ୍ଜ୍ୱଳ ପ୍ରଦର୍ଶନର ଶକ୍ତି ଉପରେ ଆଜି ଭାରତୀୟ ଅର୍ଥନୀତି ବିଶ୍ବର ଆର୍ଥିକ ଦୃଶ୍ୟକୁ ପ୍ରଭାବିତ କରୁଛି।

ରାଷ୍ଟ୍ରପତି କହିଛନ୍ତି,କହିଛନ୍ତି, ନିକଟ ଅତୀତରେ ଅର୍ଥନୈତିକ ଅଭିବୃଦ୍ଧି ହାର କ୍ରମାଗତ ଭାବରେ ଅଧିକ ରହିଆସିଛି, ଯାହା ଆମ ଯୁବବର୍ଗମାନଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିଛି। କୃଷକ ଏବଂ ଶ୍ରମିକଙ୍କ ହାତରେ ଅଧିକ ଟଙ୍କା ଦେଇଛି ଏବଂ ବହୁ ସଂଖ୍ୟକ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତି ଦେଇଛି। ଦେଶରେ ଦୂରଦୃଷ୍ଟି ସମ୍ପନ୍ନ ଅର୍ଥନୈତିକ ସଂସ୍କାର ଜାରି ରହିଛି।

President

ରାଷ୍ଟ୍ରପତି ଦେଶକୁ ଦେଇଥିବା ସମ୍ବୋଧନରେ ଡିଜିଟାଲ୍ ଦେୟ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, "ଏକାଧିକ ଡିଜିଟାଲ ପେମେଣ୍ଟ ବିକଳ୍ପ ସହିତ ସିଧାସଳଖ ଲାଭ ସ୍ଥାନାନ୍ତରଣ ପ୍ରଣାଳୀ ଅନ୍ତର୍ଭୂକ୍ତିକୁ ପ୍ରୋତ୍ସାହିତ କରିଛି, ଯାହାକି ବହୁ ସଂଖ୍ୟକ ଲୋକଙ୍କୁ ଆନୁଷ୍ଠାନିକ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବାକୁ ଅନୁମତି ଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+