One Nation, One Election: ଆଗତ ହେଲା ‘ଏକ ଦେଶ, ଏକ ନିର୍ବାଚନ’ ବିଲ୍, ବିରୋଧୀଙ୍କ ଜୋରଦାର ବିରୋଧ
ଲୋକ ସଭାରେ 'ଏକ ଦେଶ, ଏକ ନିର୍ବାଚନ' ବିଲ୍ ଆଗତ କରିଛନ୍ତି। ଏହି ବିଲ୍କୁ କଂଗ୍ରେସ, ଟିଏମ୍ସି, ସମାଜବାଦୀ ପାର୍ଟି ବିରୋଧ କରିଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, 'ଏକ ଦେଶ, ଏକ ନିର୍ବାଚନ' ବିଲ୍ର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଏକ ନୂତନ ସମ୍ବିଧାନ ଆଣିବା। ସମ୍ବିଧାନରେ ସଂଶୋଧନ କରିବା ଗୋଟିଏ କଥା, କିନ୍ତୁ ଏକ ନୂତନ ସମ୍ବିଧାନ ଆଣିବା ଆରଏସଏସ ଏବଂ ପିଏମ ମୋଦିଙ୍କ ଅସଲ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ସେହିପରି ସମାଜବାଦୀ ପାଟ ଏମ୍ପି ଧର୍ମେନ୍ଦ୍ର ଯାଦବ କହିଛନ୍ତି ଯେ ଏହି ବିଲ ମୁସଲମାନ ବିରୋଧୀ। ମୁଁ ଏହି ବିଲକୁ ବିରୋଧ କରୁଛି।
ବିଲ୍ ଉପରେ ଚାଲିଛି ବିତର୍କ । ବିରୋଧୀ କଂଗ୍ରେସର ଜୋରଦାର ବିରୋଧ । ସମାଜବାଦୀ ପାର୍ଟି ପକ୍ଷରୁ ମଧ୍ୟ ବିଲ୍କୁ ବିରୋଧ କରାଯାଉଛି। ଟିଡିପି ଓ ଜେଡି(ୟୁ) ପକ୍ଷରୁ ବିଲ୍କୁ ସମର୍ଥନ କରି ବିତର୍କ ଆରମ୍ଭ ହୋଇଛି ।

ସଂସଦର ଉଭୟ ଗୃହର ଦୁଇ-ତୃତୀୟାଂଶ ବହୁମତ ସହ ଅତି କମରେ ୬ଟି ବିଧେୟକ ପାସ୍ ହେବ। ବିଜେପି ନେତୃତ୍ୱାଧୀନ NDA ପାଖରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଆବଶ୍ୟକ ସଂଖ୍ୟା ରହିଛି। କିନ୍ତୁ ସାମ୍ବିଧାନିକ ସଂଶୋଧନ ପାଇଁ ଆବଶ୍ୟକ ସଂଖ୍ୟା ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ରାଜ୍ୟସଭାରେ ଏନଡିଏର ୧୧୨ ସଦସ୍ୟ ଥିବା ବେଳେ ଦୁଇ ତୃତୀୟାଂଶ ବହୁମତ ପାଇଁ ଆବଶ୍ୟକ ୧୬୪ ସିଟ୍। ସେହିପରି ଲୋକସଭାରେ ବହୁମତ ପାଇଁ ଏନଡିଏ ମେଣ୍ଟକୁ ଆବଶ୍ୟକ ୩୬୪ ସିଟ୍। ତେଣୁ ବିଲ୍ ନେଇ ଭୋଟିଂ ବେଳେ ଅଣଏନଡିଏ ମେଣ୍ଟର ସମର୍ଥନ ଯୋଗାଡିବା କେନ୍ଦ୍ର ସରକାରଙ୍କ ଆଗରେ ଚ୍ୟାଲେଞ୍ଜ ରହିବ। ବିଲ ଆଇନରେ ପରିଣତ ହେଲେ ଦେଶରେ ଏକାସଙ୍ଗେ ଲୋକସଭା ଓ ବିଧାନସଭାଗୁଡ଼ିକର ନିର୍ବାଚନ ହେବ।
ଏହା ପୂର୍ବରୁ ୱାନ୍ ନେସନ୍, ୱାନ୍ ଇଲେକସନକୁ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଗଠିତ କମିଟି ତାର ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିଲେ। କମିଟିର ରିପୋର୍ଟକୁ ମଧ୍ୟ କ୍ୟାବିନେଟ୍ ମଂଜୁରୀ ମିଳିସାରିଛି। ଏକକ ନିର୍ବାଚନ ଢାଞ୍ଝା କାର୍ଯ୍ୟକାରୀ କରିବାକୁ ବ୍ୟାପକ ସାମ୍ବିଧାନିକ ସଂଶୋଧନ ଆବଶ୍ୟକ ରହିଛି।












Click it and Unblock the Notifications