'ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ' ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବ : ପ୍ରଧାନମନ୍ତ୍ରୀ

ସାରା ଦେଶରେ ଗୋଟିଏ ଥରରେ ନିର୍ବାଚନ କରିବା ନିମନ୍ତେ ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିଶକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗ୍ରହଣ କରାଯାଇଥୁବା କେନ୍ଦ୍ର ମନ୍ତ୍ରିମଣ୍ଡଳର ନିଷ୍ପରି ସମ୍ପର୍କରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ଯକ୍ଷତାରେ ଗଠିତ କମିଟି ବିଭିନ୍ନ ରାଜନୈତିକ ଦଳ ଏବଂ ବିଶେଷଜ୍ଞଙ୍କ ସହ ବିଚାରବିମର୍ଷ ପରେ ଏହି ବ୍ୟବସ୍ଥା ଦୁଇଟି ପର୍ଯ୍ୟାୟରେ ଲାଗୁ କରାଯିବ ।

ଏନ୍‌ଡିଏ ସରକାରର କ୍ୟାବିନେଟ୍ ସର୍ବସମ୍ମତିକ୍ରମେ ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ କମିଟିର ସୁପାରିଶକୁ ଗ୍ରହଣ କରିବା ସହ ପ୍ରଥମ ପର୍ଯ୍ୟାୟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକସଙ୍ଗେ କରାଇବା ଲାଗି ପ୍ରୟାସ କରାଯିବ ବୋଲି କୁହାଯାଇଛି । ଦ୍ଵିତୀୟ ପର୍ଯ୍ୟାୟରେ ସାଧାରଣ ନିର୍ବାଚନର ୧୦୦ ଦିନ ମଧ୍ୟରେ ଅନ୍ୟ ନିର୍ବାଚନଗୁଡ଼ିକ ଶେଷ କରିବା ଲାଗି ପଦକ୍ଷେପ ନିଆଯିବ । ଯାହାଫଳରେ ୫ବର୍ଷ ପର୍ଯ୍ୟନ୍ତ ସମସ୍ତେ ଦେଶର ବିକାଶ ଦିଗରେ କାର୍ଯ୍ୟ କରିପାରିବେ । କ୍ୟାବିନେଟ୍‌ର ଏହି ନିଷ୍ପଭିକୁ ବହୁଜନ ସମାଜପାର୍ଟି ସ୍ଵାଗତ କରିଛି ।

Narendra modi

ପ୍ରଧାନମ ନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବା ଦିଗରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସହ ସହାୟକ ହେବ । ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦୀ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏହି ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+