One Nation One Election: ରାଜ୍ୟରେ ସରକାର ଭାଙ୍ଗିଲେ କଣ ହେବ ?
କେନ୍ଦ୍ର ସରକାର 'ଏକ ଦେଶ-ଏକ ର୍ନିବାଚନ' ବିଲ୍କୁ ଆଜି ଲୋକ ସଭାରେ ଉପସ୍ଥାପିତ । ଏହାପୂର୍ବରୁ ଡିସେମ୍ବର ୧୨ରେ କେନ୍ଦ୍ର କ୍ୟାବିନେଟ ଏହି ବିଲକୁ ଅନୁମୋଦନ କରି ସାରିଛନ୍ତି । ଯାହା ପରେ ଆଜି ଏହି ବିଲ ସଂସଦରେ ଉପସ୍ଥାପିତ ହୋଇଛି । ତେବେ ସବୁଠାରୁ ବଡ଼କଥା ହେଉଛି ଏହା ଲାଗୁ ହେବା ପରେ ଯଦି କୌଣସି ରାଜ୍ୟରେ ସରକାର ଭାଙ୍ଗି ଯାଉଛି ତେବେ ଏହା ସେଠାରେ କ'ଣ କାମ କରିବ ।
ୱାନ ନେସନ ୱାନ ଇଲେକ୍ସନ ବିଲରେ ଅନେକ ପ୍ରକାରର ବ୍ୟବସ୍ଥା କରାଯାଇଛି। ଯଦି ଅବିଶ୍ୱାସ ପ୍ରସ୍ତାବ କିମ୍ବା ଅନ୍ୟ କୌଣସି କାରଣରୁ ସମୟ ପୂର୍ବରୁ ରାଜ୍ୟ ସରକାର ଭାଙ୍ଗିଯାଏ ତେବେ ଏପରି ପରିସ୍ଥିତିରେ ଏହା କାମ କିପରି କରିବ । ଏଭଳି ପରିସ୍ଥିତିରେ ପୁନର୍ବାର ସେହି ରାଜ୍ୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅନୁଷ୍ଠିତ ହେବ । କିନ୍ତୁ ନୂଆ ବିଧାନସଭାର କାର୍ଯ୍ୟକାଳ କେବଳ ଆଗାମୀ ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ରହିବ। ଏହା ବ୍ୟତୀତ ନିର୍ବାଚନ କମିଶନରଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ ର୍ନିବାଚନ ପୂର୍ବରୁ ସମସ୍ତ ଆବଶ୍ୟକତା ପୂରଣ ହେବା ଉଚିତ। ଇସିଙ୍କୁ ମଧ୍ୟ ଇଭିଏମ ଏବଂ ଭିଭିପିଏଟ ପାଇଁ ବ୍ୟବସ୍ଥା କରିବାକୁ ପଡିବ ।

ବିଲରେ ଲିଖିତ ବ୍ୟବସ୍ଥା ଅନୁଯାୟୀ ଯଦି ଲୋକ ସଭା ବା ବିଧାନସଭା ମଧ୍ୟବର୍ତ୍ତୀ ସମୟରେ ଭାଙ୍ଗିଯାଏ ତେବେ ଅବଶିଷ୍ଟ ସମୟ ପାଇଁ ମଧ୍ୟବର୍ତ୍ତୀକାଳୀନ ର୍ନିବାଚନ ଅନୁଷ୍ଠିତ ହେବ। ବିଲରେ ଧାରା ୮୨(ଏ), ୧୭୨ ଏବଂ ୩୨୭କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ପ୍ରସ୍ତାବ ମଧ୍ୟ ଅଛି। ଲୋକ ସଭା ଏବଂ ବିଧାନସଭା ପାଇଁ ଏକକାଳୀନ ର୍ନିବାଚନ କରିବା ପାଇଁ 82 (A) ରେ ଏକ ବ୍ୟବସ୍ଥା ରହିଛି।
ଏହା ବ୍ୟତୀତ ଧାରା ୮୩ ରେ ସଂସଦ ଗୃହର କାର୍ଯ୍ୟକାଳ ପାଇଁ ଏକ ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ସାଧାରଣ ନିର୍ବାଚନ ପରେ ଏକକାଳୀନ ର୍ନିବାଚନ କେବେ ହେବ ତାହା କେବଳ ରାଷ୍ଟ୍ରପତି ଘୋଷଣା କରିବେ ବୋଲି ଆଇନରେ କୁହାଯାଇଛି। ତେବେ ସୂଚନା ଅନୁଯାୟୀ, ୨୦୨୯ ଲୋକ ସଭା ର୍ନିବାଚନ ପୂର୍ବ ପରି ଅନୁଷ୍ଠିତ ହେବ, ଏହା ପରେ ଓ୍ବାନ ନେସନ ୱାନ ଇଲେକ୍ସନ କାର୍ଯ୍ୟକାରୀ ହେବ।












Click it and Unblock the Notifications