ୱାନ୍ ନେସନ୍, ୱାନ୍ ଇଲେକ୍ସନ: କମିଟି ଗଠନ କଲା କେନ୍ଦ୍ର, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରହିବେ ଅଧ୍ୟକ୍ଷ

One-Nation, One-Election: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ନରେନ୍ଦ୍ର ମୋଦି ସରକାର 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' ଉପରେ ଏକ ନୂତନ କମିଟି ଗଠନ କରିଛନ୍ତି । ଆଜି ଏହି କମିଟିର ବିଜ୍ଞପ୍ତି ପ୍ରକାଶ ପାଇବ। କମିଟିର ସଦସ୍ୟ କିଏ ହେବେ ସେ ସମ୍ପର୍କରେ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ 'ୱାନ୍ ନେସନ୍, ୱାନ୍ ଇଲେକ୍ସନ'ର ମୁଖ୍ୟ ରହିବେ ରାମନାଥ କୋବିନ୍ଦ । 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ'କୁ ନେଇ ସମସ୍ତ ପ୍ରସଙ୍ଗକୁ ପରଖି ଏହି କମିଚି ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେବେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି କମିଟିର ସଦସ୍ୟଙ୍କ ନାଁ ଘୋଷଣା କରାଯାଇ ନାହିଁ ।

one nation one election

ସେପ୍ଟେମ୍ବର 18 ରୁ 22 ମଧ୍ୟରେ ସରକାର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାର ଗୋଟିଏ ଦିନ ପରେ ମୋଦି ସରକାରଙ୍କ ଏହି ପଦକ୍ଷେପ ନିଆଯାଇଛି। ତେବେ ବର୍ତ୍ତମାନ ସ୍ୱତନ୍ତ୍ର ଅଧିବେଶନର ଏଜେଣ୍ଡାକୁ ଗୁପ୍ତ ରଖାଯାଇଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକ୍ରମ ଅନୁଯାୟୀ କମିଟି ଗଠନକୁ ସରକାରୀ ସୂତ୍ରରୁ ନିଶ୍ଚିତ କରାଯାଇଛି କାରଣ ସଂସଦର ସ୍ୱତନ୍ତ୍ର ଅଧିବେଶନର ଏଜେଣ୍ଡା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ । ତେବେ ସଂସଦର ସ୍ୱତନ୍ତ୍ର ଅଧିବେଶନରେ 'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ'ବିଲ୍ ଉପସ୍ଥାପନ କରାଯାଇପାରେ । ହେଲେ ବର୍ତ୍ତମାନ ସରକରାଙ୍କ ତରଫରୁ ଏନେଇ କୌଣସି ଘୋଷଣା କରାଯାଇ ନାହିଁ ।

ୱାନ୍ ନେସନ୍, ୱାନ୍ ଇଲେକ୍ସନ'ର ଅର୍ଥ ହେଲା ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଗୋଟିଏ ସମୟରେ କରାଯିବ । ବିଜେପି ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ ଏ ପ୍ରସଙ୍ଗରେ ଅନେକ ସମୟରେ ଆଲୋଚନା ହୋଇଛି । ତେବେ ୨୦୧୪ ନିର୍ବାଚନ ସମୟରେ ଏହା ବିଜେପିର ନିର୍ବାଚନୀ ଇସ୍ତାହାରରେ ମଧ୍ୟ ସାମିଲ ଥିଲା । ସୂଚନାଥାଉ ଯେ, ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ତା'ପରେ ଆସନ୍ତା ବର୍ଷ ମେ-ଜୁନରେ ଲୋକସଭା ନିର୍ବାଚନ ହେବ। ହେଲେ ସରକାରଙ୍କ ଏହି ପଦକ୍ଷେପ ସାଧାରଣ ନିର୍ବାଚନ ଏବଂ ଲୋକସଭା ନିର୍ବାଚନ ପରେ ତଥା ଧାର୍ଯ୍ୟ ହୋଇଥିବା କେତେକ ରାଜ୍ୟ ନିର୍ବାଚନକୁ ସ୍ଥଗିତ ରଖିବାର ଆଶଙ୍କା ରହିଛି ।

କିଛି ମାସ ପରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ତେଲେଙ୍ଗାନାରେ ନିର୍ବାଚନ ହେବାକୁ ଯାଉଛି । 5 ଦିନର ଏହି ବିଶେଷ ଅଧିବେଶନରେ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ କରିପାରିବେ । UCC ଉପରେ ଆଲୋଚନା ମଧ୍ୟ ଆରମ୍ଭ ହୋଇଛି ଯଦିଓ ଏହାର ସମ୍ଭାବନା ବହୁତ କମ୍ । ବିଜେପି ପ୍ରଥମେ ଉତ୍ତରାଖଣ୍ଡରେ ଏହାକୁ କାର୍ଯ୍ୟକାରୀ କରିବାକୁ ଚାହୁଁଛି । ଏହି ଅଧିବେଶନରେ ସରକାର ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲ୍ ଆଣିପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି ।

18 ରୁ 22 ସେପ୍ଟେମ୍ବର ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସରକାର ୟୁନିଫର୍ମ ସିଭିଲ କୋଡ (ୟୁସିସି) ଏବଂ ମହିଳା ସଂରକ୍ଷଣ ବିଲ୍ ମଧ୍ୟ ପ୍ରଣୟନ କରିପାରନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+