One Nation One Election: ଜାଣନ୍ତୁ ସମ୍ପୂର୍ଣ୍ଣ ଭୋଟ୍ ଗଣିତ, ବିଲ୍ କିପରି ପାରିତ ହେବ?
ଲୋକସଭାରେ ଏକ ଦେଶ, ଏକ ନିର୍ବାଚନ ବିଲ୍ ଉପସ୍ଥାପନ । ବିରୋଧୀମାନେ ଏହି ବିଲ୍କୁ ବିରୋଧ କରୁଛନ୍ତି। ବିଲ୍ ଲୋକସଭାରେ ଆଗତ ହେବା ପାଇଁ ହୋଇଥିବା ଭୋଟିଂରେ ସପକ୍ଷରେ ୨୬୯ ଭୋଟ୍ ପଡିଥିବାବେଳେ ବିରୋଧରେ ୧୯୮ ଭୋଟ୍ ପଡିଥିଲା। ଯୁଗ୍ମ ସଂସଦୀୟ କମିଟି(ଜେପିସି)କୁ ଏହି ବିଲ୍ ନେବାକୁ ଶାସକ ତଥା ବିରୋଧୀ ସହମତ ହୋଇଛନ୍ତି । ତେବେ ଏହି ପାରିତ ହେବା ବାଟରେ ବହୁ ବାଧା ରହିଛି ।
ବିଲ୍ କିପରି ପାରିତ ହେବ?
ଏକ ଦେଶ, ଏକ ନିର୍ବାଚନ ବିଲ୍ ୧୨୯ତମ ସାମ୍ବିଧାନିକ ସଂଶୋଧନ ବିଲ୍ ଭାବରେ ଉପସ୍ଥାପିତ ହୋଇଛି। ଏହାକୁ ପାସ୍ କରିବା ପାଇଁ ଲୋକସଭାରେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା, ରାଜ୍ୟସଭାରେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଏବଂ ଅଧା ରାଜ୍ୟ ଅର୍ଥାତ୍ ୧୫ ଟି ରାଜ୍ୟର ସହମତି ଆବଶ୍ୟକ ହେବ।
ଲୋକସଭାରେ ଏହି ବିଲ୍ କିପରି ପାରିତ ହେବ?
ଲୋକସଭାର ମୋଟ ୫୪୩ଟି ସିଟ୍ ମଧ୍ୟରୁ ଶାସକ ଏନଡିଏ ପାଖରେ ୨୯୨ ଟି ସିଟ୍ ରହିଛି। ଏଭଳି ପରିସ୍ଥିତିରେ, ଦୁଇ ତୃତୀୟାଂଶ (୨/୩) ସଂଖ୍ୟାଗରିଷ୍ଠତା ପାଇଁ ସରକାରଙ୍କୁ ୩୬୨ ଭୋଟ୍ ଆବଶ୍ୟକ ହେବ। ଯାହା ସଂଖ୍ୟାଗରିଷ୍ଠତା ଠାରୁ ୭୦ ଟି ସିଟ୍ କମ୍ ଅଟେ। ଏହାର ଅର୍ଥ, ଯଦି ଏନଡିଏ ଅନ୍ୟ ୭୦ ଜଣ ସାଂସଦଙ୍କ ଭୋଟ୍ ପାଇବ, ତେବେ ଏହି ବିଲ୍ ଲୋକସଭାରେ ପାରିତ ହେବ।
ରାଜ୍ୟସଭାରେ ଏହି ବିଲ୍ କିପରି ପାରିତ ହେବ?
ରାଜ୍ୟସଭାରେ ମୋଟ ୨୪୫ ଟି ଆସନ ଅଛି। ଯେତେବେଳେ କି ରାଜ୍ୟସଭାରେ ଏନଡିଏର ସାଂସଦ ସଂଖ୍ୟା ୧୧୨ ରହିଛି। ଦୁଇ ତୃତୀୟାଂଶ (୨/୩) ସଂଖ୍ୟାଗରିଷ୍ଠତା ସହ ରାଜ୍ୟସଭାରେ ଏହି ବିଲ୍ ପାସ୍ କରିବାକୁ ୧୬୪ ସାଂସଦଙ୍କ ଭୋଟ୍ ଆବଶ୍ୟକ ହେବ। ଏଭଳି ପରିସ୍ଥିତିରେ ରାଜ୍ୟସଭାରେ ଏନଡିଏକୁ ଆହୁରି ୪୨ ସାଂସଦଙ୍କର ଆବଶ୍ୟକତା ରହିବ।

ରାଜ୍ୟଗୁଡିକର ସହମତି ମଧ୍ୟ ଆବଶ୍ୟକ
ଲୋକସଭା ଏବଂ ରାଜ୍ୟସଭାରେ ଏହି ବିଲ୍ ପାରିତ କରିବା ପରେ ଦେଶର ୧୫ଟି ରାଜ୍ୟରୁ ମଧ୍ୟ ଅନୁମତି ନେବାକୁ ପଡିବ। ଏହାର ଅର୍ଥ ହେଉଛି ଯେ, ୧୫ଟି ରାଜ୍ୟା ବିଧାନସଭାରେ ମଧ୍ୟ ଏହି ବିଲ୍କୁ ସାଧାରଣ ସଂଖ୍ୟାଗରିଷ୍ଠତା ଦ୍ବାରା ପାରିତ କରିବାକୁ ପଡିବ। ଏହା ପରେ ରାଷ୍ଟ୍ରପତିଙ୍କ ପାଖକୁ ଏହି ବିଲ୍କୁ ତାଙ୍କ ଦସ୍ତଖତ ପାଇଁ ପଠାଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ବିଲ୍ ଏକ ଅଧିନିୟମରେ ପରିଣତ ହେବ।












Click it and Unblock the Notifications