Get Updates
Get notified of breaking news, exclusive insights, and must-see stories!

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ: କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦଙ୍କ ଘରେ ବସିଲା ବୈଠକ

One Nation One Election: ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ଆଉ ପାଦେ ଆଗକୁ ବଢ଼ିଲା କେନ୍ଦ୍ର । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କମିଟି ଗଠିତ ହୋଇଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ କରାଯାଇଛି ।

ତେବେ ଆଜି 'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଛି । ପୂର୍ବତନ ରାଷ୍ଟ୍ରପତି କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ବୈଠକ ହୋଇଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଘରେ ବୈଠକ କରାଯାଉଥିବାବେଳେ କମିଟି ସଦସ୍ୟ ଗୃହ ମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଅଛନ୍ତି ।

One Nation One Election

ତେବେ କମିଟିରେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସମେତ ୭ ସଦସ୍ୟ ରହିଛନ୍ତି । ବୈଠକରେ କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଅଛନ୍ତି । କମିଟିରେ ଅମିତ୍ ଶାହଙ୍କ ବ୍ୟତୀତ ହରିଶ ସାଲଭେ, ପୂର୍ବତନ ଲୋକସଭା ମହାସଚିବ ସୁଭାଷ କଶ୍ୟପ, ଏନ୍ ସିଂହ, ପୂର୍ବତନ ସିବିସି ସଂଜୟ କୋଠାରୀ, କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଓ ରାଜ୍ୟସଭାର ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ ରହିଛନ୍ତି । ତେବେ ଅଧୀର ରଞ୍ଜନ ଚୌଧୁରୀ ବୈଠକରେ ସାମିଲ ହେବେ ନାହିଁ ବୋଲି ସୂଚନା ଦେଇଥିଲେ ।

କେନ୍ଦ୍ର ସରକାର 'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' ନିୟମ ଲାଗୁ କରିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାର 'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' କମିଟି ଗଠନ କରିବା ସହିତ କମିଟିରେ କେଉଁ ମାନେ ସ୍ଥାନ ପାଇଛନ୍ତି ସେ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ । କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ କମିଟିର ସଦସ୍ୟଙ୍କ ନାମ ଘୋଷଣା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଲୋକସଭାରେ କଂଗ୍ରେସ ଦସଳର ନେତା ଅଧିର ରଞ୍ଜନ ଚୌଧୁରୀ, ବରିଷ୍ଠ ରାଜନେତା ଗୁଲାମନବୀ ଆଜାଦ, ପଞ୍ଚଦଶ ଅର୍ଥ କମିଶନର ପୂର୍ବତନ ଅଧ୍ୟକ୍ଷ ଏନ.କେ ସିଂହ, ଲୋକସଭାର ବୂର୍ବତନ ମହାସଚିବ ଶୁବାସ କାଶ୍ୟପ, ବରିଷ୍ଠ ଅଧିବକ୍ତା ହରିଶ ସାଲଭେ, ପୂର୍ବତନ ଭିଜିଲାନ୍ସ କମିଶନର ସଞ୍ଜୟ କୋଠାରୀଙ୍କୁ ଉଚ୍ଚସ୍ତରୀୟ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି । ଓଡ଼ିଶା କ୍ୟାଡରର ବରିଷ୍ଠ ପ୍ରଶାସନିକ ଅଧିକାରୀ ନୀତିନ ଚନ୍ଦ୍ରଙ୍କୁ କମିଟିର ସଚିବ ଭାବେ ମନୋନୀତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+