Get Updates
Get notified of breaking news, exclusive insights, and must-see stories!

ଆସନ୍ତା ସୋମବାର ଲୋକସଭାରେ ଆଗତ ହେବ 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' ସମ୍ପର୍କିତ ଦୁଇଟି ବିଲ୍

ଗୋଟିଏ ଦେଶ ଗୋଟିଏ ନିର୍ବାଚନ' ସମ୍ପର୍କିତ ୨ଟି ବିଲ୍ ଆସନ୍ତା ସୋମବାର ଦିନ ଲୋକସଭାରେ ଆଗତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି । ଆଇନ୍‌ମନ୍ତ୍ରୀ ଅର୍ଜୁନ ରାମ୍ ମେଘୱାଲ ଲୋକସଭାରେ ସମ୍ବିଧାନ ୧୨୯ତମ ସଂଶୋଧନ ବିଲ୍ ଏବଂ କେନ୍ଦ୍ରଶାସିତ ଅଂଚଳ ସଂଶୋଧନ ଆଇନ୍ ବିଲ୍ ଆଗତ କରିବେ। ସୂଚନାଯୋଗ୍ୟ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ଯକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଏହି ପ୍ରସଙ୍ଗ ନେଇ ତାଙ୍କ ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିଛନ୍ତି।

One Nation One Election

ବିଭିନ୍ନ ରାଜନୈତିକ ଦଳ, ବିଶେଷଜ୍ଞ ଏବଂ ଅନ୍ୟ ଅଂଶୀଦାରଙ୍କ ସହ ବିଚାରବିମର୍ଶ ପରେ କମିଟି ତାର ରିପୋର୍ଟ ପ୍ରସ୍ତୁତ କରି ଦାଖଲ କରିସାରିଛି। ଗୋଟିଏ ଦେଶ ଗୋଟିଏ ନିର୍ବାଚନ'କୁ ୨ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବାକୁ କମିଟି ସୁପାରିଶ୍ କରିଛି। ପ୍ରଥମ ପର୍ଯ୍ୟାୟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହେବାକୁ ଥିବାବେଳେ ସାଧାରଣ ନିର୍ବାଚନର ୧୦୦ ଦିନ ମଧ୍ୟରେ ପଞ୍ଚାୟତ ଓ ପୌରପାଳିକା ଭଳି ସ୍ଥାନୀୟ ସଂସ୍ଥା ନିର୍ବାଚନ ଅନୁଷ୍ଠିତ ହେବା ନେଇ କମିଟି ତା' ରିପୋର୍ଟରେ ସୁପାରିଶ୍ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+