ସ୍ଥିଗିତ ହେଲା ୱାନ୍ ନେସନ୍ ୱାନ ଇଲେକସନ୍ ବିଲ୍ , ଜାଣନ୍ତୁ କାରଣ.....
ନୂଆଦିଲ୍ଲୀ: ଦେଶରେ ଏକକ ନିର୍ବାଚନକୁ ନେଇ ଚର୍ଚ୍ଚା ଜାରି ରହିଛି । ଏକ ଦେଶ-ଏକ ନିର୍ବାଚନ ବିଲ୍କୁ କ୍ୟାବିନେଟ୍ ମଞ୍ଜୁରୀ ମଧ୍ୟ ମିଳିସାରିଛି । ଚଳିତ ଶୀତକାଳୀନ ଅଧିବେଶନରେ ଏହି ବିଲ୍ ପାରିତ ହେବା ନେଇ କାର୍ଯ୍ୟସୂଚୀ ମଧ୍ୟ ହୋଇଛି । ଆସନ୍ତାକାଲି ଅର୍ଥାତ୍ ସୋମବାର ବିଧେୟକ ଲୋକସଭାରେ ପାରିତ ହୋଇଥାନ୍ତା । ହେଲେ ଏହାକୁ ଘୂଞ୍ଚାଇ ଦିଆଯାଇଥିବା ସୂଚନା ମିଳିଛି । ଲୋକସଭାର ସଂଶୋଧିତ କାର୍ଯ୍ୟସୂଚୀରୁ ଏହାକୁ ହଟାଇ ଦିଆଯାଇଛି ।

ଏହାପୂର୍ବରୁ ଶୁକ୍ରବାର ଜାରି ହୋଇଥିବା କାର୍ଯ୍ୟସୂଚୀରେ ଏକକ ନିର୍ବାଚନ ବିଧେୟକ ଉପସ୍ଥାପିତ ହେବା ନେଇ ସୂଚୀବଦ୍ଧ ହୋଇଛି । ତେବେ କାହିଁକି ଏହାକୁ ହଟାଇ ଦିଆଗଲା ଏହାର କାରଣ ଅସ୍ପଷ୍ଟ ରହିଛି । ଡିସେମ୍ବର ୨୦ ତାରିଖରେ ସଂସଦର ଶୀତକାଳୀନ ଅଧିବେଶନ ଶେଷ ହେଉଛି । ତେଣୁ କେବେ ଲୋକସଭାରେ ଏହି ବିଲ୍ ପାରିତ ହେବ ତାହା ଏବେ ସ୍ପଷ୍ଟ ହୋଇନାହିଁ ।












Click it and Unblock the Notifications