'ୱାନ ନେସନ୍ ୱାନ୍ ଇଲେକସନ୍' ବିଲକୁ ନେଇ ପଡିଲା ଭୋଟ୍, ସପକ୍ଷରେ ୨୬୯ଟି ଭୋଟ୍
One Nation One Election: ଶେଷରେ ଆଜି ଅର୍ଥାତ୍ ଡିସେମ୍ବର ୧୭ ତାରିଖରେ ଲୋକସଭାରେ ଆଗତ ହୋଇଛି 'ୱାନ୍ ନେସନ୍ ୱାନ୍ ଇଲେକ୍ସନ୍' ବିଲ୍ । କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲା ଆଜି 'one nation one election'ବିଲ୍ ଆଗତ କରିଛନ୍ତି । ଯାହା ପେର ଆରମ୍ଭ ହୋଇଯାଇଛି ବିରୋଧୀଙ୍କ ବିରୋଧ ପ୍ରଦର୍ଶନ । ଏହି ବିଲକୁ କଂଗ୍ରେସ, ତୂଣମୂଳ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ବିରୋଧ କରୁଥିବା ବେଳେ ଏକକ ନିର୍ବାଚନ ବିଲକୁ ନେଇ ପଡିଲା ଭୋଟ । ୨୬୯ ସାଂସଦ ସପକ୍ଷରେ ଭୋଟ୍ ଦେଇଥିବା ବେଳେ , ୧୯୮ ଜଣ ସମକ୍ଷରେ ମତ ଦେଇଥିବା ନେଇ ସୂଚନା ରହିଛି ।













Click it and Unblock the Notifications