ସଂସଦରେ ଉପସ୍ଥାପନ ହେବ ଓ୍ବାନ ନେସନ୍ ଓ୍ବାନ୍ ଇଲେକ୍ସନ ବିଲ୍ !
ସଂସଦର ଶୀତ ଅଧିବେଶନ ଚାଲିଥିବା ବେଳେ କେନ୍ଦ୍ର ସରକାର ଗୃହରେ 'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' ବିଲ୍ ଆଗତ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଡିସେମ୍ବର ୨୦ରେ ଶୀତ ଅଧିବେଶନ ସରିବାକୁ ଥିବା ବେଳେ ସରକାର ଏହା ପୂର୍ବରୁ ଏହି ବିଲକୁ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି , ୱାନ ନେସନ ୱାନ ଇଲେକ୍ସନରେ ରାମନାଥ କୋବିନ୍ଦ କମିଟି ରିପୋର୍ଟକୁ କ୍ୟାବିନେଟ ଅନୁମୋଦନ କରିସାରିଛି।
ସୂତ୍ରରୁ ପ୍ରକାଶ ଯେ ସରକାର ବର୍ତ୍ତମାନ ଏହି ବିଲ୍ ଉପରେ ସହମତି ପ୍ରକାଶ କରିବାକୁ ଚାହୁଁଛନ୍ତି । ଏହା ଉପରେ ବିସ୍ତୃତ ଆଲୋଚନା ପାଇଁ ଏହାକୁ ମିଳିତ ସଂସଦ କମିଟି କିମ୍ବା ଜେପିସି ନିକଟକୁ ପଠାଇ ପାରନ୍ତି। ସୂତ୍ର ଅନୁସାରେ ଜେପିସି ସବୁ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଏହି ବିଲ୍ ଉପରେ ଚର୍ଚ୍ଚା କରିବେ । ଏହି ପ୍ରକ୍ରିୟାରେ ଅନ୍ୟ ପକ୍ଷମାନଙ୍କ ସହ ମଧ୍ୟ ଆଲୋଚନା କରିବେ ।

ଏହି ପ୍ରକ୍ରିୟାରେ ସାରା ଦେଶର ବୁଦ୍ଧିଜୀବୀଙ୍କ ସହ ସବୁ ରାଜ୍ୟର ବିଧାନସଭା ଅଧ୍ୟକ୍ଷଙ୍କୁ ମଧ୍ୟ ସାମିଲ କରାଯିବ । ଏହା ବ୍ୟତୀତ ସାଧାରଣ ଜନତାଙ୍କ ରାୟ ମଧ୍ୟ ନିଆଯାଇପାରେ । କାରଣ ସର୍ବସମ୍ମତି ବିନା ବର୍ତ୍ତମାନ ନିର୍ବାଚନ ବ୍ୟବସ୍ଥାକୁ ଦଳାଇବା ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ହେବ ।ବିଶେଷଜ୍ଞଙ୍କ କହିବା ଅନୁସାରେ ଏକ ଦେଶ, ଏକ ନିର୍ବାଚନ ଯୋଜନା ଲାଗୁ କରିବା ପାଇଁ ସମ୍ୱିଧାନରେ ସଂଶୋଧନ ପାଇଁ ଅତି କମରେ ଛଅ ବିଧେୟକ ଆଗତ କରିବାକୁ ପଡ଼ିବ । ଏଥିପାଇଁ ସରକାରଙ୍କୁ ସଂସଦରେ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ ପଡ଼ିବ ।
ବର୍ତ୍ତମାନ ଏନଡିଏ ପାଖରେ ସଂସଦର ଉଭୟ ଗୃହରେ ସାଧାରଣ ସଂଖ୍ୟାଗରିଷ୍ଠତା ରହିଛି । ତେଣୁ ସଂସଦରେ ଦୁଇ-ତୃତୀୟାଂଶ ବହୁମତ ହାସଲ କରିବା ସରକାରଙ୍କ ପାଇଁ ଏକ କଠିନ କାମ ହେବ । ରାଜ୍ୟସଭାରେ ଏନଡିଏ ପାଖରେ ୧୧୨ ଏବଂ ବିରୋଧୀଙ୍କ ପାଖରେ ୮୫ ଆସନ ରହିଛି । ଦୁଇ-ତୃତୀୟ ବହୁମତ ପାଇଁ ସରକାରଙ୍କୁ ଅତି କମରେ ୧୬୪ ଭୋଟ୍ ଦରକାର ।












Click it and Unblock the Notifications