ପହଲଗାମ୍ ନରସଂହାରକୁ ପୁରିଲା ମାସେ; ବିଶ୍ଵ ଦେଖିଲା ପାକିସ୍ତାନର ଆତଙ୍କବାଦୀ ପ୍ରେମ, ଭାରତ ଦେଲା ଉଚିତ୍ ଜବାବ

ସେଦିନ ଥିଲା ମଙ୍ଗଳବାର... ତାରିଖ ୨୨ ଏପ୍ରିଲ ୨୦୨୫ । ସମୟ ଦ୍ବିପ୍ରହର... ସେ କଳାଦିନକୁ କେବେ ଭୁଲିବନି ଭାରତ କି ସେ ଅମଙ୍ଗଳ ମଙ୍ଗଳବାର କାହାରି ମନରୁ ମଲାଯାଏଁ ଲିଭିବନି । କାରଣ ସେଦିନ କାଶ୍ମୀର ଛାତି ଉପରେ ବୋହିଥିଲା ରକ୍ତର ନଦୀ । ଆତଙ୍କୀଙ୍କ ଆକ୍ରମଣରେ ଲିଭିଯାଇଥିଲା ୨୬ ଜଣଙ୍କ ଜୀବନ ଦୀପ । ଆଉ ପହଲଗାମ୍ ହମଲା ସାରା ବିଶ୍ବକୁ ଦୋହଲାଇ ଦେଇଥିଲା ।

Pahalgam massacre

ଏଇ କାଲି ପରି ଲାଗୁଛି, ୟା ଭିତରେ ପହଲଗାମ୍ ଘଟଣାକୁ ମାସେ ପୂରିଛି । ୨୨ ଏପ୍ରିଲ ୨୦୨୫, ମଙ୍ଗଳବାର... ସମସ୍ତେ ନିଜ ନିଜ ପ୍ରିୟଜନ, ସମ୍ପର୍କୀୟ, ପରିବାର ସହ ବୁଲିଯାଇଥିଲେ ଭାରତର ଭୂସ୍ବର୍ଗ କାଶ୍ମୀର । କିଏ ନିଜ ସ୍ତ୍ରୀକୁ ନେଇ ବିବାହ ପରେ କାଶ୍ମୀର ବୁଲିବାକୁ ଯାଇଥିଲା ତ ପୁଣି କିଏ ନିଜ ବିବାହ ବାର୍ଷିକୀ ପାଳିବାକୁ ଯାଇଥିଲା । କେହି କେହି ହନିମୁନ ଟ୍ରିପରେ ସୁଇଜରଲ୍ୟାଣ୍ଡ ପ୍ଲାନ କରିଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ମିନି ସୁଇଜରଲ୍ୟାଣ୍ଡ ପହଲଗାମ୍ ବୁଲିଯିବାକୁ ମନସ୍ଥ କରିଥିଲେ । କାଶ୍ମୀରର ବିଭିନ୍ନ ସ୍ଥାନ ବୁଲି ସେଦିନ ପହଲଗାମର ବୈସରଣରେ ଏକାଠି ହୋଇଥିଲେ ପର୍ଯ୍ୟଟକ । ଆଉ ପ୍ରକୃତିର ମଜା ବି ନେଉଥିଲେ...

କିଏ ମ୍ୟାଗି ସହ ମିନି ସୁଇଜରଲ୍ୟାଣ୍ଡର ମଜା ନେଉଥିଲା ତ କିଏ ଫଟୋ ଉଠାଇ ସୁନ୍ଦରୀ କାଶ୍ମୀରର କୋଳରେ ସୁନ୍ଦର ସ୍ମୃତି ସାଉଣ୍ଟୁଥିଲା ପୁଣି କିଏ ରିଲ୍ସରେ ମାତିଥିଲା ତ କିଏ କାଶ୍ମୀରର ଛାତି ଉପରେ ପ୍ରେମ-ବିଭୋରତାର କବିତା ଲେଖୁଥିଲା । ନୂଆନୂଆ ବାହା ହୋଇଥିବା ସ୍ତ୍ରୀର କୋଳରେ ଶୋଇ କାଶ୍ମୀରକୁ ଉପଭୋଗ କରୁଥିବା ସ୍ବାମୀଟିଏ ଜୀବନର ପରମ ଶାନ୍ତି ପାଇଯାଇଛି ବୋଲି କିଛି କ୍ଷଣ ଅନୁଭବ କରୁଥିବା ବେଳେ ସେହି ସୁଖ, ସେହି ସ୍ମୃତି ଯେ ସେଇଠି ସରିଯିବ ଆଉ ଶେଷ ସ୍ମୃତି ପାଲଟିଯିବ ନା ସେ ସ୍ବାମୀ ଜଣଙ୍କ ଜାଣିଥିଲେ ନା ସ୍ତ୍ରୀ ଜଣକ ।

ହଠାତ୍ ସବୁଜ ବନାନୀର ପାଇନ ଗଛ ଭିଡରୁ ବାହାରିଥିଲେ ସୈତାନ ଆଉ ଆଖି ବୁଜି ଗୁଳିମାଡ କରିଥିଲେ । ଠୋ ଠା ଶବ୍ଦରେ କାନ ତାବଦା ହୋଇଯାଇଥିଲା, କେଇ ମୁହୂର୍ତ୍ତରେ ମିନି ସୁଇଜରଲ୍ୟାଣ୍ଡ ମୃତ୍ୟୁର ଉପତ୍ୟକା ପାଲଟିଗଲା । ଆଉ ସବୁଜ ଘାସ ଗାଲିଚାରେ ସବୁଦିନ ଗୋଟେ ରକ୍ତାକ୍ତ କାହାଣୀ ଲେଖା ହେଲା । ଭାରତର ଭୂସ୍ବର୍ଗରେ ଭୟ ଆତଙ୍କର କାହାଣୀ ସାରା ବିଶ୍ବ ଦେଖିଲା ।
ଆତଙ୍କୀଙ୍କ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଗୁଳିମାଡରେ ୨୬ ଜଣଙ୍କୁ ହତ୍ୟା କଲେ ଆତଙ୍କବାଦୀ । ଗୁଳିମାଡରେ ୨୫ରୁ ଅଧିକ ଆହତ ହୋଇଥିବା ବେଳେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଅସ୍ତ୍ରଧାରୀ ୫ ଆତଙ୍କୀ ।

କାହାକୁ ସ୍ତ୍ରୀ ଆଗରେ ମାରିଥିଲେ ତ କାହାକୁ ତା ପିଲା ଆଗରେ ଗୁଳିକରି ହତ୍ୟା କରିଥିଲେ । ବୁଢା ବାପାମାଆ ଆଗରେ ବି ବନ୍ଧୁକଧାରୀ ସୈତାନମାନେ ପୁଅର ଜୀବନ ନେଇଥିଲେ । ସବୁଠାରୁ ଲୋମଟାଙ୍କୁରା କଥା କଣ ଜାଣନ୍ତି- ଧର୍ମ ପଚାରି ପଚାରି ଗୁଳିମାରୁଥିଲେ ଆତଙ୍କୀ । ହିନ୍ଦୁ ଧର୍ମର ଲୋକଙ୍କୁ ଖୋଜି ଖୋଜି ମାରୁଥିଲେ । ସେମାନଙ୍କୁ ସେମାନଙ୍କ ଧର୍ମ ପଚାରୁଥିଲେ, କଲମା ପଢିବାକୁ କହୁଥିଲେ, ସନ୍ଦେହ ହେଲେ ପ୍ୟାଣ୍ଟ ଖୋଲୁଥିଲେ ଏବଂ ତାପରେ ଯଦି ସେମାନେ ଜାଣିବାକୁ ପାଉଥିଲେ ହିନ୍ଦୁ ବୋଲି ତାହାଲେ ଗୁଳି ମାରୁଥିଲେ - ଓଃ କେତେ ନୃଶଂସ ସେମାନେ ।

ଆତଙ୍କୀଙ୍କ ଗୁଳିରେ ସେଦିନ ଟଳିପଡିଥିଲେ ଖାଲି ପୁରୁଷ । କାଶ୍ମୀର ସାଗୁଆ ଭୂଇଁରେ ଭାଙ୍ଗି ଯାଇଥିଲା ଅନେକ ସ୍ତ୍ରୀଙ୍କ ନାଲି ଶଙ୍ଖା, ସୁନ୍ଦରୀ କାଶ୍ମୀର ସେଦିନ ପୋଛି ଦେଇଥିଲା ଅନେକ ସ୍ତ୍ରୀଙ୍କ ମଥାର ସିନ୍ଦୂର । ଆଉ ସେମାନଙ୍କୁ ବିଧବା ସଜେଇ ଦେଇଥିଲା । ମୃତକଙ୍କ ମଧ୍ୟରେ ଜଣେ ମୁସଲମାନ ଥିଲେ, ସିଏ ଘୋଡା ଚାଳକ ଥିଲେ, ପର୍ଯ୍ୟଟକଙ୍କୁ ବଞ୍ଚାଇବାକୁ ପ୍ରୟାସ କରିବାରୁ ତାଙ୍କୁ ହତ୍ୟା କରିଥିଲେ ଆତଙ୍କୀ ।
ତେବେ ୟା ଭିତରେ ସେହି ଅମଙ୍ଗଳ ମଙ୍ଗଳବାରକୁ ୩୦ ଦିନ ପୂରିଥିବା ବେଳେ ଆତଙ୍କୀଙ୍କୁ ନିପାତ କରିବାକୁ ମେ ୬ ମଧ୍ୟରାତ୍ରିରେ ବଡ ଷ୍ଟ୍ରାଇକ୍ ହୋଇଥିଲା। ଭାରତ ପାକ୍ ଆଖିରୁ ନିଦ ହଜାଇ ଦେଇଥିବା ବେଳେ ହାଲକା ନିଦରେ ଟିକେ ଘୁମେଇ ପଡିଥିବା ପାକିସ୍ତାନ ଉପରେ ଅଧରାତିରେ ଏୟାର ଷ୍ଟ୍ରାଇକ୍ କରି ବଦଲା ନେଇଥିଲା ଭାରତ । ପ୍ରଥମେ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଥିଲା ଭାରତ । ଏହାପରେ ପାକିସ୍ତାନ ଆକ୍ରମଣାତ୍ମକ ମନୋଭାବ ଦେଖାଇବା ପରେ ପାକିସ୍ତାନର ୧୧ଟି ଏୟାରବେସକୁ ଟାର୍ଗେଟ୍ କରିଥିଲା ଭାରତ । ଏଥିରେ ପାକିସ୍ତାନର ବ୍ୟାପକ କ୍ଷତି ଘଟିଥିଲା । ସିନ୍ଦୂରର ବଦଲା ଅପରେସନ ସିନ୍ଦୂର ନେଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+