Get Updates
Get notified of breaking news, exclusive insights, and must-see stories!

ଗୋଟିଏ ପରିବାର, ତିନୋଟି ଦଳ: ନିଟି ବିଜୟ

ମହାରାଷ୍ଟ୍ର ପୌର ନିର୍ବାଚନରେ ଏକ ଆଶ୍ଚର୍ଯ୍ୟଜନକ ଫଳ ଦେଖିବାକୁ ମିଳିଛି। ଥାଣେ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନରେ ମହାତ୍ରେ ପରିବାର ଏକ ଅନନ୍ୟ ନିର୍ବାଚନୀ ସଫଳତା ହାସଲ କରିଛନ୍ତି, ତିନୋଟି ପ୍ରତିଦ୍ୱନ୍ଦ୍ୱୀ ଦଳର ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି ତିନୋଟି ୱାର୍ଡରେ ଜିତିଛନ୍ତି । ଏହା ମହାରାଷ୍ଟ୍ରରେ ବଂଶବାଦ ରାଜନୀତିର ଗଭୀର ପ୍ରବେଶକୁ ଦର୍ଶାଉଛି ।

BJP

ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ପ୍ରାର୍ଥୀ ଭାବରେ ପ୍ରହ୍ଲାଦ ମହାତ୍ରେ ବିଜୟୀ ହୋଇଥିବାବେଳେ ରେଖା ମହାତ୍ରେ ଶିବସେନା ଟିକେଟରେ ବିଜୟୀ ହୋଇଥିଲେ। ପରିବାରର ଅନ୍ୟ ଜଣେ ସଦସ୍ୟ ରବୀନ ମହାତ୍ରେ ବିଜେପି ଟଇକେଟ୍‌ରେ ଏକ ୱାର୍ଡ ପାଇଥିଲେ। ତେବେ ଥାଣେ ପୌର ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ପ୍ରାଧାନ୍ୟ ବିସ୍ତାର କରିବା ସହିତ ସାମଗ୍ରିକ ଫଳାଫଳ ପ୍ରହ୍ଲାଦଙ୍କ ପାଇଁ ଦୁଃଖଦ ହୋଇଛି।

କେବଳ ମହାତ୍ରେ ପରିବାର ନୁହନ୍ତି, ଅନ୍ୟ ଏକ ପରିବାରର ତିନିଜଣ ସଦସ୍ୟ ମଧ୍ୟ ଜଲଗାଓଁ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନରେ ବିଜୟୀ ହୋଇଥିଲେ। ତେବେ ସମସ୍ତେ ଶିବସେନା ଟିକେଟ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କୋଲହେ ପରିବାରର ତିନି ସଦସ୍ୟ ଲଲିତ କୋଲହେ, ସିନ୍ଧୁତାଇ କୋଲହେ ଓ ପୀୟୁଷ ଲଲିତ କୋଲହେ ଜଲଗାଓଁରେ ବିଜୟ ହାସଲ କରିବା ପରେ ଏକ ଭାବପ୍ରବଣ ମୁହୂର୍ତ୍ତ ବାଣ୍ଟିଥିଲେ। ସେମାନଙ୍କ ମଧ୍ୟରୁ ଲଳିତ ଜେଲରୁ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ। କୌତୂହଳର ବିଷୟ ହେଉଛି, ଲଳିତ ଜେଲରୁ ମୁକୁଳିବା ପର୍ୟ୍ୟନ୍ତ ପରିବାରର କେହି ଚପଲ ପିନ୍ଧିବେ ନାହିଁ ବୋଲି ଶପଥ ନେଇଥିଲେ। ପରିବାରର କେହିଚପଲ ପିନ୍ଧି ନାହାନ୍ତି ବୋଲି ଲଳିତ କୋଲହେଙ୍କ ପତ୍ନୀ ସରିତା କୋଲହେ କହିଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+