ଦିଲ୍ଲୀ ଆୟକର ଅଫିସରେ ନିଆଁ, ପ୍ରାଣ ହରାଇଲେ ଜଣେ ଅଧିକାରୀ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଥିବା ଆୟକର କାର୍ଯ୍ୟାଳୟରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଜଣେ ଅଧିକାରୀଙ୍କ ମୃତ୍ୟୁ ହୋଇଥିବାବେଳେ ୭ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଦିଲ୍ଲୀ ଦମକଳ ସେବା ଅଧିକାରୀଙ୍କ କହିବା ଅନୁଯାୟୀ, ଦିନ ୩ଟାବେଳେ ଆଇଟିଓ ସ୍ଥିତ ଆୟକର ବିଭାଗ ବିଲିଂରେ ନିଆଁ ଲାଗିଥିବା ସୂଚନା ମିଳିଥିଲା ଓ ଏହା ପରେ ୨୧ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ଲାଗିଥିଲେ

ଆୟକର ବିଭାଗ ବିଲଡିଂ ଦିଲ୍ଲୀ ପୋଲିସ ମୁଖ୍ୟାଳୟ ପଛରେ ରହିଛି । କୁହାଯାଉଛି ଯେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗର ମୋଟ ୨୧ ଟି ଗାଡି ଘଟଣାସ୍ଥଳରେ ପହଞ୍ଚିଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ଘଟଣାର ତଦନ୍ତ ଚାଲିଛି । ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ଯେ ଅପରାହ୍ନ ୩ଟା ୭ମିନିଟରେ ଆୟକର ସିଆର୍ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଥିଲା ।

Delhi ITO fire

ଦିଲ୍ଲୀ ପୋଲିସ କହିଛି ଯେ ୪୬ ବର୍ଷୀୟ ବ୍ୟକ୍ତି ଚେତାଶୂନ୍ୟ ଅବସ୍ଥାରେ ମିଳିଥିଲେ ଓ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ସେ ଅଫିସ୍ ଅଧୀକ୍ଷକ ଭାବରେ କାର୍ଯ୍ୟ କରୁଥିଲେ । ଫୋରେନସିକ୍ ବିଭାଗର ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+