Arvind Kejriwal Interim Bail: ଏହି ୫ଟି ସର୍ତ୍ତରେ କେଜ୍ରିୱାଲଙ୍କୁ ମିଳିଲା ଜାମିନ
Arvind Kejriwal Interim Bail: ଦିଲ୍ଲୀ ଅବକାରୀ ନୀତି ମାମଲା । ଆଜି କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ୫୦ ହଜାର ଟଙ୍କା ବନ୍ଧକ ରଖି ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ହେଲେ ଏହି ସମୟ ମଧ୍ୟରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଦିଲ୍ଲୀ ସଚିବାଳୟକୁ ଯାଇ ପାରିବେ ନାହିଁ ।

ସେ କୌଣସି ସରକାରୀ ଫାଇଲରେ ଦସ୍ତଖତ କରିବେ ନାହିଁ, ଯଦି ଏହା ଏକ ଗୁରୁତ୍ୱପୂର୍ଣ୍ଣ ଫାଇଲ ନ ହୋଇଥାଏ ତେବେ । ସେହିପରି ଦସ୍ତଖତ କରିବାକୁ LG ରୁ ଅନୁମତି ନେବାକୁ ପଡିବ। ସାମ୍ପ୍ରତିକ ମାମଲାରେ ସେ ତାଙ୍କ ଭୂମିକା ଉପରେ କୌଣସି ମନ୍ତବ୍ୟ ଦେବେ ନାହିଁ ଏବଂ କୌଣସି ସାକ୍ଷୀଙ୍କ ସହ କଥାବାର୍ତ୍ତା କରିବେ ନାହିଁ କିମ୍ବା ଏହି ମାମଲା ସହ ଜଡିତ କୌଣସି ଅଫିସିଆଲ୍ ଫାଇଲ୍ ଦେଖିପାରିବେ ନାହିଁ ।
ସୂଚନାଥାଉ ଯେ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ମିଳିଛି । ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ୧ ଜୁନ୍ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେଇଛନ୍ତି । ଦିଲ୍ଲୀରେ ଭୋଟିଂ ପୂର୍ବରୁ ନିଜ ଜାମିନକୁ ଅପେକ୍ଷା କରିଥିବା କେଜ୍ରିୱାଲଙ୍କୁ ଏବଂ ତାଙ୍କ ପାର୍ଟିକୁ ଏହା ଏକ ଆଶ୍ୱସ୍ତିମୂଳକ ଖବର । କେଜ୍ରିୱାଲଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଅନ୍ତରୀଣ ଜାମିନ ଆବେଦନ ଉପରେ ଶୁଣାଣି କରିଥିଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତ ।
ସେହିପରି ଇଡି କୋର୍ଟ ଅନ୍ତରୀଣ ଜାମିନକୁ ବିରୋଧ କରିଥିଲା କିନ୍ତୁ ଜଷ୍ଟିସ୍ ସଞ୍ଜୀବ ଖନ୍ନା ଏବଂ ଜଷ୍ଟିସ୍ ଦୀପଙ୍କର ଦରାଙ୍କ ଖଣ୍ଡପୀଠ କେଜ୍ରିୱାଲଙ୍କ ସପକ୍ଷରେ ରାୟ ଶୁଣାଣି କରିଛନ୍ତି । ଜାମିନ ମିଳିବା ପରେ କେଜ୍ରିୱାଲ ଜେଲରୁ ବାହାରିବା ପରେ ନିର୍ବାଚନ ପ୍ରଚାରରେ କରିପାରିବେ ଏବଂ ସାମ୍ବାଦିକ ସମ୍ମିଳନୀ କରିପାରିବେ ।












Click it and Unblock the Notifications