Get Updates
Get notified of breaking news, exclusive insights, and must-see stories!

ଟ୍ରମ୍ପଙ୍କ ଟାରିଫ୍ ଉପରେ ମୋହନଙ୍କ ବଡ଼ ବୟାନ, କହିଲେ.....

ମିତ୍ର ଦେଶ ସହ ସମ୍ପର୍କ ଇଚ୍ଛାଧୀନ ହେବା କଥା ବାଧ୍ୟବାଧକତାରେ ନୁହଁ । ଆମେରିକାର ଟାରିଫ କଥା ଉଠାଇ ଏହା କହିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ସେ କହିଥିଲେ ଯେ, ଆମେରିକା ନିଜର ସ୍ବାର୍ଥକୁ ଦୃଷ୍ଟିରେ ରଖି ନୂଆ ଟାରିଫ ନୀତି ଲାଗୁ କରିଛି । କିନ୍ତୁ ସବୁ ଦେଶ ସେମାନଙ୍କ ଦ୍ୱାରା ପ୍ରଭାବିତ ।

ବିଶ୍ୱ ପରସ୍ପର ଉପରେ ନିର୍ଭରଶୀଳ ହୋଇ କାର୍ଯ୍ୟ କରେ । କୌଣସି ଦେଶ ଏକାକୀ ରହିପାରିବ ନାହିଁ। ଏହି ନିର୍ଭରଶୀଳତା ବାଧ୍ୟବାଧକତାରେ ପରିଣତ ହେବା ଉଚିତ୍ ନୁହେଁ । ଆମକୁ ଆତ୍ମନିର୍ଭରଶୀଳତା ଉପରେ ଫୋକସ କରି ସ୍ୱଦେଶୀ ଉପରେ ନିର୍ଭର ହେବାକୁ ପଡିବ ବୋଲି କହିଛନ୍ତି ମୋହନ ଭାଗବତ ।

Mohan Bhagwat

ଆମକୁ ବାଧ୍ୟବାଧକତା ବିନା ନିଜ ଇଚ୍ଛାରେ ସମସ୍ତ ବନ୍ଧୁ ରାଷ୍ଟ୍ର ସହିତ କୂଟନୈତିକ ସମ୍ପର୍କ ବଜାୟ ରଖିବାକୁ ଚେଷ୍ଟା କରିବାକୁ ପଡିବ ବୋଲି କହିଛନ୍ତି ମୋହନ ଭାଗବତ । ନାଗପୁରରେ ଆରଏସଏସର ବିଜୟାଦଶମୀ ଉତ୍ସବ ପାଳିତ ହୋଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଉତ୍ସବରେ ସାମିଲ ଥିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ସହ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ । ଚଳିତ ବର୍ଷ ପ୍ରତିଷ୍ଠାର ଶହେ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛି ଆରଏସଏସ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+