ସମ୍ଭଲ ଯିବା ରାସ୍ତାରେ ରାହୁଲ ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଅଟକାଇଲା ପୋଲିସ, ଏହି କାରଣ ପାଇଁ
ଗାଜିପୁର ଫ୍ଲାଏଓଭରରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଟକାଇଲା ପୋଲିସ୍ । ବୁଧବାର ସମ୍ଭଲ ଯିବା ରାସ୍ତାରେ ରାହୁଲ ଗାନ୍ଧୀଙ୍କୁ ଅଧାରେ ଅଟକାଇଛି ପ୍ରଶାସନ । ତେବେ ପ୍ରଶାସନର କହିବା କଥା, ତାଙ୍କୁ ଆଗକୁ ଯିବାରୁ ଅନୁମତି ନାହିଁ । ଯାହାକୁ ନେଇ ପୋଲିସ୍ ଏବଂ କଂଗ୍ରେସ କର୍ମୀ ମୁହାଁମୁହିଁ ହେଇଛନ୍ତି । ତେବେ ସମ୍ଭଲ ଜିଲ୍ଲା ପ୍ରଶାସନ ଏହା ପୂର୍ବରୁ ଚିଠି ଲେଖି ନିଜ ନିକଟସ୍ଥ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲା, ସୀମାରେ ହିଁ ରାହୁଲ ଗାନ୍ଧୀଙ୍କୁ ଅଟକାଇବାକୁ ଅନୁରୋଧ କରିଥିଲା ସମ୍ଭଲ ଜିଲ୍ଲା ପ୍ରଶାସନ । ହେଲେ ଏହାପରେ ବି ରାହୁଲ ଗାନ୍ଧୀ ଆଜି ସମ୍ଭଲ ଯିବା ରାସ୍ତାରେ ଅଧା ବାଟରେ ଅଟକାଇଛି ପୋଲିସ୍ ।

ବର୍ତ୍ତମାନ ସମୟରେ ପୋଲିସ୍ ବ୍ୟାରିକେଡ୍ ଲଗାଇବା ସହ, ଗାଜିପୁର ଫ୍ଲାଏଓଭର ଉପରେ ପ୍ରବଳ ଟ୍ରାଫିକ୍ ଜାମ୍ ହେଇଛି । ବିପୁଳ ପରିମାଣରେ ପୋଲିସ୍ ସେଠାରେ ନିଯୁକ୍ତ ହେଇଛନ୍ତି । ଜାଣିରଖିବା ଉଚିତ୍ ଯେ, ଆଜି ଉତ୍ତର ପ୍ରଦେଶର ସମ୍ଭଲ ସ୍ଥିତ ଶାହି ଜାମା ମସଜିଦ୍ ସର୍ଭେ ବେଳେ ହୋଇଥିବା ହିଂସାକାଣ୍ଡ ପରେ ଉତ୍ତେଜନା ପ୍ରକାଶ ପାଉଛି। ସମସ୍ତ ବିରୋଧୀ ଦଳ ଏହି ହିଂସା ପାଇଁ ଯୋଗୀ ସରକାରଙ୍କୁ ଦାୟୀ କରୁଛନ୍ତି। ସମାଜବାଦୀ ପାର୍ଟିର ଅନେକ ନେତା ସେଠାକୁ ଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ପ୍ରଶାସନ ସେମାନଙ୍କୁ ଅନୁମତି ଦେଇନଥିଲା ଏବଂ ସେମାନଙ୍କୁ ଅଧାବାଟରେ ଅଟକାଇଥିଲା।
ସେହିପରି କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆଜି ସମ୍ଭଲ ଯାଇ ପୀଡ଼ିତଙ୍କ ପରିବାରକୁ ଭେଟିପାରନ୍ତି ବୋଲି ସୂଚନା ମିଳିଥିଲା, ତେବେ ଜିଲ୍ଲା ପ୍ରଶାସନ ରାହୁଲଙ୍କୁ ସମ୍ଭଲ ଆସବାକୁ ଅନୁମତି ପ୍ରଦାନ କରୁନାହିଁ । ରାହୁଲ ଗାନ୍ଧୀ ସମ୍ଭଲରେ ଆସିବାର ଖବର ପାଇବା ପରେ ଡିଏମ୍ ରାଜେନ୍ଦ୍ର ପେସିଆ ଗାଜିଆବାଦ ପୋଲିସ କମିଶନର, ଏସପି ଏବଂ ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଏକ ଚିଠି ଲେଖିଛନ୍ତି, ଯେଉଁଥିରେ ସେ ଗାଜିଆବାଦ ଅମରୋହା ଏବଂ ଏହାର ଆଖପାଖ ଅଞ୍ଚଳରେ ସୀମାକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications