ଅଯୋଧ୍ୟା ରାମ ମନ୍ଦିରକୁ ପୁରିଲା ବର୍ଷେ, ଟ୍ରଷ୍ଟ ପକ୍ଷରୁ ବିଶାଳ କାର୍ଯ୍ୟକ୍ରମର ଆୟୋଜନ

ଅଯୋଧ୍ୟା ରାମ ମନ୍ଦିରକୁ ପୁରିଲା ବର୍ଷେ । ଅଯୋଧ୍ୟା ସହ ସାରା ଭାରତରେ ଆଜି ରାମଲାଲା ପ୍ରାଣ ପ୍ରତିଷ୍ଠା ବାର୍ଷିକ ଉତ୍ସବ ପାଳନ କରାଯାଉଛି । ତେବେ ଏହି ଅବସରରେ ଅଯୋଧ୍ୟାରେ ବିଶାଳ ଆୟୋଜନ କରାଯାଇଛି। ଆଜି ଠାରୁ ଆସନ୍ତା ୧୩ ଜାନୁଆରୀ ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ କରାଯିବ । ଦେଶର କୋଣ ଅନୁକୋଣରୁ ରାମ ଭକ୍ତ ମାନେ ଆସି ଏହି କାର୍ଯ୍ୟକ୍ରମ ଯୋଗଦେଇଛନ୍ତି । ଏପରିକି ଗତ ବର୍ଷ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାର ସେହି ଐତିହାସିକ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିବା ଲୋକମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

Ayodhya Ram Temple

କହିରଖୁଛୁ ଯେ, ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ୨୦୨୪ ଜାନୁୟାରୀ ୨୨ ତଥା ପୌଷ ମାସ ଶୁକ୍ଳ ପକ୍ଷ ଦ୍ୱାଦଶ ତିଥିରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ସମାନ ଭାବରେ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପୌଷ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥି ଚଳିତ ବର୍ଷ ଜାନୁଆରୀ ୧୧ ଅର୍ଥାତ୍ ଆଜି ପଡୁଥିବାରୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଏକ ବର୍ଷ ପୁରିଛି । ଏହି ଅବସରରେ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ତିନି ଦିନିଆ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୧୧୦ରୁ ଅଧିକ ଭିଭିଆଇପି ସାମିଲ ହେବେ ।

ମନ୍ଦିର ଟ୍ରଷ୍ଟ ପକ୍ଷରୁ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ସେପଟେ ସୁରକ୍ଷା ବ୍ୟବସ୍ତା ମଧ୍ୟ କଡାକଡି କରାଯାଇଛି । ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅପରାହ୍ନ ୨ଟାରେ ରାମକଥା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ରାମଚରିତମାନସ ଏବଂ ପ୍ରବଚନ ମଧ୍ୟ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+