ନୂଆବର୍ଷର ପ୍ରଥମ ମନ କି ବାତ୍, ମୋଦିଙ୍କ ମୁହଁରେ ରାଉରକେଲା ଝିଅର ପ୍ରଶଂସା
ଏହା ଭିତରେ ସବୁଠୁ ଚର୍ଚ୍ଚାର ବିଷୟ ବସ୍ତୁ ଥିଲା ପ୍ରଧାନମନ୍ତ୍ରୀଙ୍କ ମୁହଁରେ ରାଉକେଲାର ଝିଅ ଭାଗ୍ୟଶ୍ରୀ ସାହୁଙ୍କୁ ପ୍ରଶଂସା ।
ନୂଆଦିଲ୍ଲୀ: ଆଜି ପ୍ରସାରଣ ହୋଇଛି 2021 ବର୍ଷର ପ୍ରଥମ ମନ କି ବାତ୍ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ସମ୍ୱୋଧିତ ଏହି କାର୍ଯ୍ୟକ୍ରମରେ ଆଜି ଅନେକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି ମୋଦି । ତେବେ ଏହା ଭିତରେ ସବୁଠୁ ଚର୍ଚ୍ଚାର ବିଷୟ ବସ୍ତୁ ଥିଲା ପ୍ରଧାନମନ୍ତ୍ରୀଙ୍କ ମୁହଁରେ ରାଉକେଲାର ଝିଅ ଭାଗ୍ୟଶ୍ରୀ ସାହୁଙ୍କୁ ପ୍ରଶଂସା ।
ସଫ୍ଟ ଷ୍ଟୋନରେ ପଟ୍ଟଚିତ୍ରର ପେଣ୍ଟିଂ କରିନ୍ତି ଭାଗ୍ୟଶ୍ରୀ । ଏହାଦ୍ୱାରା ଦେଶର କଳା ଅଧିକ ଲୋକପ୍ରିୟ ହେବାରେ ଲାଗିଛି । ଯାହା ଆଜିର ବିଶ୍ବ ଅଧିକ ଗୁରୁତ୍ବ ଦେଉଛି । ତୁଳି ଧରି ପଟ୍ଟଚିତ୍ର କରିବା ପାଇଁ ଭାଗ୍ୟଶ୍ରୀଙ୍କ ପାଖରେ କେହି ଗୁରୁ ନଥିଲେ । ଛୋଟ ବେଳୁ ନିଶା ଥିଲା ଜଗନ୍ନାଥଙ୍କ ପ୍ରତିଛବି ଆଙ୍କିବା। କିନ୍ତୁ ବ୍ୟସ୍ତ ବହୁଳ ଜୀବନରେ ଥିଲା ସମୟର ଅଭାବ।

ମହାମାରୀ କୋରୋନା ଆଣିଲା ଲକଡାଉନ । ଯାହା ଦ୍ୱାରା ସେ ଢେଙ୍କାନାଳରୁ ସଂଗ୍ରହ କରି ଆଣିଥିବା ପଥର, କାଚ ବୋଟଲ, ଫ୍ୟୁଜ ବଲ, ମାଳିରେ ଅତି ନିଖୁଣ ଭାବରେ ଜଗନ୍ନାଥଙ୍କ ଚିତ୍ର ଆଙ୍କି ସୋସିଆଲ ମିଡ଼ିଆରେ ଏବେ ଦେଶର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ରାଉରକେଲା ସେକ୍ଟର 19ର ଭାଗ୍ୟଶ୍ରୀ ସାହୁ ଢେଙ୍କାନାଳରେ ଏମଟେକ ପାଠ ପଢୁଛନ୍ତି ।

ଭାଗ୍ୟଶ୍ରୀଙ୍କ ସମ୍ପର୍କରେ ସୂଚନା ଦେଇ ମୋଦି କହିଛନ୍ତି "ସାରା ଦେଶର ଅନେକ ଲୋକ ନୂଆ ନୂଆ ଶୌଳୀରେ ଆମ କଳାକୁ ଲୋକପ୍ରିୟ କରୁଛନ୍ତି। ଓଡ଼ିଶାର ରାଉରକେଲାର ଭାଗ୍ୟଶ୍ରୀ ସାହୁଙ୍କ କଥା ଦେଖନ୍ତୁ। ସେ ଇଞ୍ଜିନିୟରିଂ ଛାତ୍ର ହୋଇଥିଲେ ବି ଗତ କିଛି ମାସ ହେବ ପଟ୍ଟଚିତ୍ର କଳା ଶିଖିବା ସହିତ ସେଥିରେ ନିପୁଣ ହୋଇଯାଇଛନ୍ତି।" ସଫ୍ଟ ଷ୍ଟୋନ୍ରେ ପେଣ୍ଟ କରି ସେ ଲୋକପ୍ରିୟ ହୋଇଛନ୍ତି ବୋଲି ମୋଦି କହିଛନ୍ତି।












Click it and Unblock the Notifications