କୋଲକାତା ବଳାତ୍କାର ହତ୍ୟା ମାମଲା: ସାମ୍ନାକୁ ଆସିଲା ସେହି ରାତିର ସତ!
କୋଲକାତା: ଗତ କିଛି ଦିନ ହେବ କୋଲକାତାର ଆରଜି କର ମେଡିକାଲ୍ ଓ ହସ୍ପିଟାଲ୍ର ଟ୍ରେନି ଡାକ୍ତରଙ୍କ ହତ୍ୟା ଓ ଦୁଷ୍କର୍ମ ଘଟଣା ସମଗ୍ର ଦେଶକୁ ଦୋହଲାି ରଖିଛି । ଏହି ମାମଲାକୁ ନେଇ ଏବେ ତଦନ୍ତ ଜୋରଦାର ଧରିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ହସ୍ତଗତ ହେବାରେ ଲାଗିଛି। ବର୍ତ୍ତମାନ ତଦନ୍ତରେ ଏବେ ଘଟଣା ଦିନ ଅର୍ଥାତ୍ ସେହି କାଳରାତିର ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଏଥିରେ ଅଭିଯୁକ୍ତ ସଞ୍ଜୟ ରୟ ହସ୍ପିଟାଲର ଚତୁର୍ଥ ମହଲାରେ ଚେଷ୍ଟ ବିଭାଗର ସେମିନାର ହଲକୁ ଯାଉଥିବାର ନଜର ଆସିଛନ୍ତି।
କୋଲକାତା ପୁଲିସ ଓ ସିବିଆଇ ତଦନ୍ତରୁ ମିଳିଥିବା ତଥ୍ୟ ଅନୁଯାୟୀ, ସେଦିନ ରାତିରେ ସେମିନାର୍ ହଲ୍କୁ ଯାଇଥିଲେ ମୋଟ୍ ୬ ଜଣ। ପୀଡ଼ିତା ଅଭୟା, ଅଭିଯୁକ୍ତ ସଞ୍ଜୟଙ୍କ ବ୍ୟତୀତ ଆଉ ୪ ଜଣ ଥିଲେ। ରାତିରେ ଡ୍ୟୁଟି ପରେ ସେମିନାର୍ ହଲରେ ହିଁ ପୀଡ଼ିତାଙ୍କ ସହ ଏମାନେ ଡିନର କରିଥିଲେ। ଡିନର୍ ପରେ ୪ ଜଣ ସେମିନାର ହଲରୁ ବାହାରି ଆସିଥିଲେ।

କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ସେ ୪୦ମିନିଟ ଧରି ସେମିନାର ହଲରେ ଥିଲେ। ଯେତେବେଳେ ସେ ବାହାରକୁ ଆସିଥିଲେ, ସେତେବେଳେ ସେ ନର୍ଭସ ଦେଖାଯାଉଥିଲେ। ତା'ପରେ ସେ ପୁଣିଥରେ ସେମିନାର ହଲକୁ ଯାଇଥିଲେ ଆଉ ଯେତେବେଳେ ସେ ବାହାରକୁ ଆସିଲେ, ତାଙ୍କ ବେକରୁ 'ହେଡଫୋନ' ନ ଥିଲା।
ଡାକ୍ତରଙ୍କ ମୃତଦେହ ନିକଟରୁ ହେଡଫୋନ ଉଦ୍ଧାର କରାଯାଇଛି, ଯାହାଫଳରେ ସଞ୍ଜୟ ରୟଙ୍କୁ ଗିରଫ କରାଯାଇଥିଲା ବୋଲି ପୁଲିସ କହିଛି। ସଞ୍ଜୟଙ୍କ ଭିତରକୁ ଯାଉଥିବା ଏହି ସିସିଟିଭି ଫୁଟେଜ ଜାରି ହୋଇଛି, କିନ୍ତୁ ତାଙ୍କ ବାହାରିବା ବେଳର ଫୁଟେଜ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।












Click it and Unblock the Notifications