ବ୍ୟାଡମିଣ୍ଟନ ଖେଳିଲାବେଳେ ଯୁବକଙ୍କୁ ହାର୍ଟ ଆଟାକ୍,ଚାଲିଗଲା ଜୀବନ
୨୫ ବର୍ଷୀୟ ଯୁବକ ହୃଦଘାତର ଶିକାର ହୋଇ ପ୍ରାଣ ହରାଇଛନ୍ତି। ହାଇଦ୍ରାବାଦର ନାଗୋଲେ ଷ୍ଟାଡିୟମରେ ବ୍ୟାଟମିଣ୍ଟନ ଖେଳୁଥିବା ବେଳେ ୨୫ ବର୍ଷୀୟ ଯୁବକ ଜଣଙ୍କ ହଠାତ୍ ଟଳି ପଡ଼ିଛନ୍ତି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରମାନେ ନିଶ୍ଚିତ କରିଛନ୍ତି।
ହୃଦଘାତରେ ପ୍ରାଣ ହରାଇଥିବା ଯୁବକ ଜଣଙ୍କ ହେଲେ ଜି ରାକେଶ। ସେ ହାଇଦ୍ରାବାଦର ଗୋଟିଏ ଘରୋଇ କମ୍ପାନୀରେ କାମ କରୁଥିଲେ। ରାକେଶ ହେଉଛନ୍ତି ଖାମ୍ମାମ ଜିଲ୍ଲା ତାଲ୍ଲାଦାର ପୂର୍ବତନ ଡେପୁଟି ସରପଞ୍ଚ ଜି ଭେଙ୍କେଟଶ୍ୱରଲୁଙ୍କ ପୁଅ। ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜରେ ସବୁ ଦୃଶ୍ୟ ରହିଛି।

ଖେଳିଲାବେଳେ ସଟଲ୍ କକଟି ପଡ଼ିଯାଇଥିଲା । ଯାହାକୁ ଗୋଟାଇ ଆଣିବା ବେଳେ ହିଁ ରାକେଶଙ୍କୁ ହାର୍ଟ ଆଟାକ୍ ଆସିଥିଲା ଆଉ ସେ ତଳେ ପଡ଼ିଯାଇଥିଲେ । ଏତିକିବେଳେ ସେଠାରେ ଉପସ୍ଥିତ ଲୋକ ରାକେଶଙ୍କ ଚେତା ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନା ନେଇଯିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିିଥିଲେ । ରାକେଶ ସ୍ୱାସ୍ଥ୍ୟଗତ ଭାବେ ଏକଦମ୍ ଫିଟ୍ ଥିଲେ ।
ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ଅନେକଙ୍କ ଚିନ୍ତା ପଢ଼ିଯାଇଛି । ସମ୍ପୂର୍ଣ୍ଣ ଘଟଣାର ସିସିଟିଭି ଫୁଟେଜ୍ ସୋସିଆଲ ମିହିଆରେ ଭାଇରାଲ ହେବାରେ ଲାଗିଛି ।












Click it and Unblock the Notifications