Get Updates
Get notified of breaking news, exclusive insights, and must-see stories!

Bharat Ratna: ୪ ଜଣଙ୍କୁ ପ୍ରଦାନ କରାଗଲା ଭାରତ ରତ୍ନ ସମ୍ମାନ

Bharat Ratna: ୪ ଜଣଙ୍କୁ ମରଣୋତ୍ତର ଭାବେ ସର୍ବୋଚ୍ଚ ବେସାମରିକ ସମ୍ମାନ 'ଭାରତ ରତ୍ନ' ସମ୍ମାନ ପ୍ରଦାନ କରାଗଲା । ଚୌଧୁରୀ ଚରଣ ସିଂ, କର୍ପୁରୀ ଠାକୁର, ଏମଏସ ସ୍ୱାମୀନାଥନ, ପିଭି ନରସିଂହ ରାଓଙ୍କୁ ଭାରତରତ୍ନରେ ସମ୍ମାନୀତ କରାଯାଇଛି ।

Bharat Ratna Award


ସେହିପରି ଆସନ୍ତାକାଲି ଲାଲକୃଷ୍ଣ ଆଡଭାନୀଙ୍କୁ ତାଙ୍କ ବାସଭବନରେ ଭାରତ ରତ୍ନ ପ୍ରଦାନ କରାଯିବ । ସେ ଅସୁସ୍ଥ ଥିବାରୁ ଆଜି ସମାରୋହରେ ଯୋଗ ଦେଇ ପାରିନଥିବା ନେଇ ସୂଚନା ରହିଛି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ସମେତ ବିଜେପିର କିଛି ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଆଡଭାନୀଙ୍କୁ ସମ୍ମାନିକ କରାଯିବା ନେଇ ସୂଚନା ରହିଛି ।

ସୂଚନାଥାଉ ଯେ, ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ଚୌଧୁରୀ ଚରଣ ସିଂଙ୍କୁ କୃଷକଙ୍କ କଲ୍ୟାଣ ପ୍ରତି ଅଦମ୍ୟ ଉତ୍ସର୍ଗୀକୃତ ହୋଇଥିବାରୁ ଭାରତ ରତ୍ନ ପ୍ରଦାନ କରାଯାଇଛି । ସେହିପରି ଜଣେ ପ୍ରତିଷ୍ଠିତ ବିଦ୍ବାନ ଏବଂ ରାଜନେତା ଭାବେ ନରସିଂହ ରାଓ ବିଭିନ୍ନ ପଦରେ ରହି ଭାରତର ସେବା କରିଛନ୍ତି ।

ତାଙ୍କ ଦୂରଦର୍ଶୀ ନେତୃତ୍ବ ଭାରତକୁ ଆର୍ଥିକ ରୂପରେ ଉନ୍ନତ କରିବା ସହ ବିକାଶ ପାଇଁ ମୂଳଦୁଆ ପକାଇଥିଲା । ତଥା ଦେଶର ସମୃଦ୍ଧତା ଓ ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । କୃଷି ଓ କୃଷକଙ୍କ କଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ଡ. ଏମଏସ ସ୍ୱାମୀନାଥନଙ୍କୁ ଭାରତ ରତ୍ନ ପ୍ରଦାନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+