ଓମିକ୍ରନ୍ ଅଧିକ ସଂକ୍ରାମକ କିନ୍ତୁ ବେଶୀ ଘାତକ ନୁହେଁ
ନୂଆଦିଲ୍ଲୀ: ସାରା ବିଶ୍ବରେ ଏବେ କୋବିଡ ଭାଇରସର ନୂଆ ରୂପକୁ ନେଇ ପୁଣି ଭୟର ବାତାବରଣ। ତେବେ ଏହି ଆତଙ୍କ ମଧ୍ୟରେ କୋଭିଡର ନୂଆ ରୂପ ଓମିକ୍ରନକୁ ନେଇ ଆଶ୍ୱସ୍ତିକର ଖବର ଦେଇଛି ଆମେରିକା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟ ପରମର୍ଶଦତା ଆନ୍ଥୋନୀ ଫାଉସୀ କହିଛନ୍ତି, ଓମିକ୍ରନ୍ ଅଧିକ ସଂକ୍ରାମକ କିନ୍ତୁ ବେଶୀ ଘାତକ ନୁହେଁ । ବର୍ତ୍ତମାନ ସୁଦ୍ଧା ରିସର୍ଚ୍ଚରୁ ଏହି ତଥ୍ୟ ସାମନାକୁ ଆସିଛି ।

ଫାଉସୀ କହିଛନ୍ତି, ଓମିକ୍ରନ୍ ଭାରିଆଣ୍ଟ ଅଧିକରୁ ଅଧିକ ଲୋକଙ୍କ ପାଖକୁ ସଂକ୍ରମିତ କରିବ । ଡେଲଟା ଅପେକ୍ଷା ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଅଧିକ ହୋଇପାରେ । ପୁନଃ ସଂକ୍ରମଣ ଆଶଙ୍କା ବି ରହିଛି । କିନ୍ତୁ ଡେଲଟା ଭଳି ଘାତକ ହୋଇ ନପାରେ । କାରଣ ଦକ୍ଷିଣ ଆଫ୍ରିକାରେ ସଂକ୍ରମିତ ଓ ହସ୍ପିଟାଲାଇଜେସନ୍ ସଂଖ୍ୟା ଡେଲଟା ଅପେକ୍ଷା ବହୁତ କମ୍ । ଆଗକୁ ସବୁଠୁ ଖରାପ ସ୍ଥିତି ଆସିବ ଏବେ ସେଭଳି ପୂର୍ବାନୁମାନ କରି ନାହାନ୍ତି ଫାଉସୀ । ଏହି ନୂଆ ଭାରିଆଣ୍ଟ ଆଗରେ ବର୍ତ୍ତମାନ ଦିଆଯାଉଥିବା ଟିକା କେତେ ଫଳପ୍ରଦ ଓ ଏହା କେତେ ମାରାତ୍ମକ ଆଉ କିଛି ସପ୍ତାହ ଭିତରେ ତଥ୍ୟ ସାମନାକୁ ଆସିବ ବୋଲି ଆନ୍ଥୋନୀ ଫାଉସୀ କହିଛନ୍ତି । ଓମିକ୍ରନ ବିରୋଧରେ ଟିକା କେତେଦୂର ପ୍ରଭାବଶାଳି ସେ ସମ୍ପର୍କରେ ସେସମ୍ପର୍କରେ ବୈଜ୍ଞାନିକ ଗବେଷଣା ଜାରି ରଖିଛନ୍ତି ।












Click it and Unblock the Notifications