ଓମାର ଅବଦୁଲ୍ଲା ହେବେ ଆଗାମୀ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କିଏ କଲେ ଘୋଷଣା ?
ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ଫଳଫଳ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ଏଠାରେ ନ୍ୟାଶନାଲ କନଫରେନ୍ସ-କଂଗ୍ରେସ ମିଳିତ ଭାବେ ସରକାର ଗଢିବାକୁ ଯାଉଛନ୍ତି। ଏସବୁ ଭିତରେ ନ୍ୟାଶନାଲ କନଫରେନ୍ସ ସଭାପତି ଫାରୁକ ଅବଦୁଲ୍ଲା ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ତାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଜମ୍ମୁ କଶ୍ମୀର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ।

ଫାରୁକ ଅବଦୁଲ୍ଲା କହିଛନ୍ତି, ଆମେ ଆଶା କରୁଛୁ ଯେ ଆମେ ଲୋକଙ୍କ ଆଶା ପୂରଣ କରିବୁ ଏବଂ ସେମାନଙ୍କ ସମସ୍ୟାର ସମାଧାନ କରିବୁ ମୁଁ ବିଶ୍ୱାସ କରେ ଯେ ଲୋକମାନେ ଆମ କଥା ଶୁଣିଛନ୍ତି ଏବଂ ଆମକୁ ବିଶ୍ୱାସ କରିଛନ୍ତି, ମୁଁ ସେମାନଙ୍କ ପାଇଁ କୃତଜ୍ଞ। ଏଠାରେ ସର୍ବସାଧାରଣଙ୍କ ଶାସନଙ୍ ଚାଲେ, ପୋଲିସର ନୁହେଁ।
ଅବଦୁଲ୍ଲା ଆହୁରି ମଧ୍ୟ କହିଛନ୍ତି, ଆମକୁ ନିର୍ଦ୍ଦୋଷ ଲୋକଙ୍କୁ ଜେଲରୁ ବାହାର କରିବାକୁ ପଡିବ, ସତ୍ୟ କହିବା ପାଇଁ ଜେଲରେ ଥିବା ଗଣମାଧ୍ୟମ ଲୋକଙ୍କୁ ବାହାର କରିବାକୁ ପଡିବ, ଏକମାତ୍ର ଅନୁରୋଧ ହେଉଛି ଯେ ଘୃଣା ବୃଦ୍ଧି କରିବା ଉଚିତ ନୁହେଁ, ପ୍ରେମ ବଢାଇବା ଉଚିତ୍। ଆମକୁ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ଭାଇଚାରା ବୃଦ୍ଧି କରିବାକୁ ପଡ଼ିବ।












Click it and Unblock the Notifications