Get Updates
Get notified of breaking news, exclusive insights, and must-see stories!

ଇସ୍ତଫା ଦେଲେ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ସମାପ୍ତ ହୋଇ ସରକାର ଗଠନ ବି ହୋଇସାରିଛି । ନ୍ୟାସନାଲ କନଫରେନ୍‌ସ ଏବଂ କଂଗ୍ରେସର ମିଳିତ ମଞ୍ଚ ସରକାର ଗଠନ କରିଛନ୍ତି। ଏହି ନିର୍ବାଚନରେ ନ୍ୟାସନାଲ କନଫରେନ୍‌ସ ନେତା ଓମାର ଅବଦୁଲ୍ଲା ଦୁଇଟି ବିଧାନସଭା ଆସନ ବଡଗାମ ଏବଂ ଗାଣ୍ଡେରବାଲ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

ସେ ଉଭୟ ଆସନରୁ ଜିତିଥିଲେ । ତେବେ ନିର୍ବାଚନରେ ଜିତିବା ପରେ ଓମାର ଅବଦୁଲ୍ଲା ସିଏମ ଭାବେ ଶପଥ ଗ୍ରହଣ କରିଛନ୍ତି ଏବଂ ସେ ଏବେ କେଉଁ ଆସନରୁ ଇସ୍ତଫା ଦେବେ ତାହା ମଧ୍ୟ ସ୍ଥିର କରିଛନ୍ତି । ଓମାର ଅବଦୁଲ୍ଲା ବଡ଼ଗାମ ବିଧାନସଭା ନିର୍ବାଚନମଣ୍ଡଳୀରୁ ଇସ୍ତଫା ଦେଇଛନ୍ତି। ପ୍ରୋଟେମ ସ୍ପିକର୍‌ ମୁବାରକ ଗୁଲ ଏହି ଘୋଷଣା କରିଛନ୍ତି। ଓମାର ପାରିବାରିକ ଗଡ଼ ଗାନ୍ଦରବଲ ଆସନରୁ ନିଜ ପାଖରେ ରଖିଛନ୍ତି।

Omar Abdullah
ଏହି ଅବସରରେ ମୁବାରକ ଗୁଲ ବିଧାନସଭାର ସଦସ୍ୟମାନଙ୍କୁ ସୂଚନା ଦେଇଛନ୍ତି ଯେ, ଓମାର ଅବଦୁଲ୍ଲା ବଡ଼ଗାମରୁ ତାଙ୍କ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ସ୍ପଷ୍ଟ କରିଛନ୍ତି, ସେ ଗାନ୍ଦରବଲ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ଗାନ୍ଦରବଲ ଆସନରୁ ତାଙ୍କର ବିଜୟ ତାଙ୍କ ରାଜନୈତିକ ସ୍ଥିତିକୁ ମଜଭୁତ କରିଥିବାବେଳେ ବଡ଼ଗାମରୁ ଇସ୍ତଫା ରାଜ୍ୟ ରାଜନୀତିରେ ଏକ ନୂଆ ମୋଡ଼ ଆଣିଛି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+