ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ହେବେ ଓମାର ଅବଦୁଲ୍ଲା
ନୂଆଦିଲ୍ଲୀ : ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ୨୦୨୪ରେ ନ୍ୟାଶନାଲ କନଫରେନ୍ସ (ଏନସି) ଏବଂ କଂଗ୍ରେସର ମେଣ୍ଟ ଚମତ୍କାର ପ୍ରଦର୍ଶନ କରି ସଂଖ୍ୟାଗରିଷ୍ଠତା ହାସଲ କରିଛି। ୯୦ଟି ବିଧାନସଭା ଆସନରୁ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏନସି ୪୨ଟି ଆସନ ପାଇଥିବାବେଳେ କଂଗ୍ରେସ ୬ଟି ଆସନ ପାଇଛି।
ଧାରା ୩୭୦ ହଟିବା ପରେ ହୋଇଥିବା ନିର୍ବାଚନରେ ଏନସି-କଂଗ୍ରେସ ଭାରତୀୟ ଜନତା ପାର୍ଟିକୁ ହରଇ ହରାଇ ସରକାର ଗଠନ କରିଛନ୍ତି। ଆଉ ନିର୍ବାଚନ ଫଳା ଫଳ ବାହାରିବା ଦିନଠୁ ଚର୍ଚ୍ଚା ହେଉଥିଲା ଯେ, ଏହି କେନ୍ଦ୍ର ଶାସିତ ଅଞ୍ଚଳରେ କିଏ ହେବ ମୁଖିଆ ଅର୍ଥାତ୍ ଜାମ୍ମୁ କାଶ୍ମୀରର କିଏ ହେବେ ମୁଖ୍ୟମନ୍ତ୍ରୀ । ଆଉ ବର୍ତ୍ତମାନ ଏହା ଉପରୁ ହଟିଛି ପରାଦା । ନ୍ୟାଶନାଲ୍ କନଫରେନ୍ସ୍ ବିଧାନସଭା ପାର୍ଟି ବୈଠକ ଆଜି ନୱାଇ ସୁବାହ ପାର୍ଟି ମୁଖ୍ୟାଳୟରେ ଆରମ୍ଭ ହୋଇଛି।

ଏଥିରେ ଦଳର ନେତା ଏନସି ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଏବଂ ସମସ୍ତ ନୂତନ ନିର୍ବାଚିତ ବିଧାୟକ ଉପସ୍ଥିତ ଥିଲେ। ଏହି ବୈଠକରେ ଓମାର ଅବଦୁଲ୍ଲା ସର୍ବସମ୍ମତି କ୍ରମେ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଏନ୍ସି ନେତା ସଲମାନ ସାଗର କହିଛନ୍ତି, ଯେତେବେଳେ ଆମେ ଓମାର ଅବଦୁଲ୍ଲାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ମନୋନୀତ କରିଥିଲୁ ଏହା ଆମ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ ଥିଲା।
ଜମ୍ମୁ-କଶ୍ମୀରରେ ନ୍ୟାଶନାଲ କନ୍ଫରେନ୍ସ ଏବଂ କଂଗ୍ରେସର ମେଣ୍ଟ ସରକାର ଶପଥ ନେବା ପରେ ପ୍ରଥମ କ୍ୟାବିନେଟ୍ରେ ଅନୁଚ୍ଛେଦ ୩୭୦ ଉପରେ ସଂକଳ୍ପନାମା ପାରିତ କରାଯିବ। କେନ୍ଦ୍ରଶାସିତ ଅଞ୍ଚଳକୁ ରାଜ୍ୟ ମାନ୍ୟତା ଫେରାଇବା ପାଇଁ କେନ୍ଦ୍ର ଉପରେ ଚାପ ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦାବି ଦୋହରାଯିବ ବୋଲି ଏନ୍ସି ଉପାଧ୍ୟକ୍ଷ ଓମାର ଅବ୍ଦୁଲ୍ଲା କହିଛନ୍ତି।












Click it and Unblock the Notifications