ମୁଖ୍ୟମନ୍ତ୍ରୀ ହେବା ପରେ ବଡ ନିଷ୍ପତ୍ତି ନେଲେ ଓମାର ଅବଦୁଲ୍ଲା, ଜାଣନ୍ତୁ କଣ

ଦେଶର ଭିଭିଆଇପି ଲୋକଙ୍କ ସୁରକ୍ଷାରେ ମୁତୟନ ଏନଏସଜି କମାଣ୍ଡୋଙ୍କୁ ନେଇ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଆଦେଶ ଅନୁସାରେ ସବୁ ଭିଆଇପି ସିକ୍ୟୁରିଟି ଡ୍ୟୁଟିରୁ ଏନଏସଜି କମାଣ୍ଡୋଙ୍କୁ ହଟାଇ ନିଆଯିବ। ସେମାନଙ୍କ ସ୍ଥାନରେ ସିଆରପିଏଫ ଜବାନମାନେ ସୁରକ୍ଷାର ଦାୟିତ୍ୱ ନେବେ। କେନ୍ଦ୍ର ସରକାରଙ୍କ ଏହି ଆଦେଶ ଆଗାମୀ ମାସରୁ କାର୍ଯ୍ୟକାରୀ ହେବ। କେନ୍ଦ୍ର ସରକାର ତାଙ୍କ ଆଦେଶରେ କହିଛନ୍ତି ଯେ ଏନଏସଜି କମାଣ୍ଡୋଙ୍କ ବ୍ୟବହାର ଏବେ କେବେଳ ଆତଙ୍କବାଦ ବିରୋଧୀ ଅଭିଯାନରେ ହେବ।

Omar Abdullah

ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ବର୍ତ୍ତମାନ ୯ ଭିଆଇପି ଅଛନ୍ତି ଯେଉଁମାନଙ୍କୁ 'ଜେଡ୍ ପ୍ଲସ୍' କ୍ୟାଟଗରୀର ସୁରକ୍ଷା ଯୋଗାଇ ଦିଆଯାଉଛି। ଏହି ଭିଭିଆଇପିଙ୍କ ସୁରକ୍ଷାରେ ଏନଏସଜି ବ୍ଲାକ୍ କ୍ୟାଟ୍ କମାଣ୍ଡୋ ମୁତୟନ ଅଛନ୍ତି। ଏବେ ସେମାନଙ୍କ ସ୍ଥାନରେ ସିଆରପିଏଫ ଜବାନଙ୍କୁ ମୁତୟନ କରାଯିବ। ରିପୋର୍ଟ ଅନୁସାରେ ସଂସଦ ସୁରକ୍ଷାରୁ ସେବାମୁକ୍ତ ହୋଇଥିବା ସିଆରପିଏଫ ଜବାନଙ୍କୁ ସ୍ପେଶାଲ ଟ୍ରେନିଂ ଦିଆଯାଇ ସେମାନଙ୍କୁ ଭିଆଇପି ସିକ୍ୟୁରିଟି ୱିଙ୍ଗରେ ପଠାଯାଇଛି। ଏଥିଲାଗି ନୂଆ ବାଟାଲିୟନ ମଧ୍ୟ ଗଠନ କରାଯାଇଛି। ଏହି ଜବାନମାନଙ୍କୁ ଭିଆଇପିଙ୍କ ସୁରକ୍ଷାରେ ମୁତୟନ କରାଯିବ।

ଏନଏସଜି ସୁରକ୍ଷାରେ ଥିବା ୯ ଭିଆଇପିଙ୍କ ମଧ୍ୟରୁ ୨ ଜଣ ଯୋଗୀ ଆଦିତ୍ୟ ନାଥ ଓ ରାଜନାଥଙ୍କୁ ଏଡଭାନସଡ୍ ସିକ୍ୟୁରିଟି ଲାଇସନ (ଏଏସଏଲ) ପ୍ରୋଟକଲ ମିଳିଛି। ଏହି ପ୍ରୋଟକଲ ଅନୁସାରେ ଭିଆଇପି କୌଣସି ସ୍ଥାନକୁ ଯିବା ପୂର୍ବରୁ ସେହି ସ୍ଥାନର ତଲାସୀ ଓ ସିକ୍ୟୁରିଟି ଯାଞ୍ଚ କରାଯାଇଥାଏ। ଏହି ଦୁଇ ଭିଆଇପିଙ୍କ ଲାଗି ଏହି କାମ ଏପର୍ଯ୍ୟନ୍ତ ଏନଏସଜି କରି ଆସୁଥିଲା। ହେଲେ ଏବେ ଏହି କାମକୁ ସିଆରପିଏଫ ଟେକଓଭର କରିନେଇଛି। ସିଆରପିଏଫ ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଗାନ୍ଧି ପରିବାରର ୩ ସଦସ୍ୟଙ୍କ ନିମନ୍ତେ ପ୍ରୋଟକଲ ଫଲୋ କରୁଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+